
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ତାରିଖ ଶନିବାର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ ଏକକ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଡ. ପ୍ରମୋଦ କୁମାର ମିଶ୍ର ପ୍ରଥମ ସମାବର୍ତ୍ତନୀ ଦୀକ୍ଷାନ୍ତ ଭାଷଣ ରଖିବେ। ସମ୍ବଲପୁରର ‘ଭୂମିପୁତ୍ର’ ଡକ୍ଟର ମିଶ୍ର ସହରର ପଟ୍ଟନାୟକପଡ଼ାରେ ଜନ୍ମିତ ତଥା ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର। ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାରମ୍ଭିକ ଓ ବାଲ୍ୟଶିକ୍ଷା ସାରି ସେ ତତ୍କାଳୀନ ଗଙ୍ଗାଧର ମେହେର କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ।
ଡକ୍ଟର ମିଶ୍ର ୧୯୭୨ରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ। ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅଧ୍ୟୟନ ସହ ସସେକ୍ସ ବିଶ୍ୱବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ଉଲ୍ଲେଖନୀୟ ଗବେଷଣା କରି ଡକ୍ଟରେଟ୍ ଉପାଧି ପାଇଛନ୍ତି। ଜଣେ ସଚ୍ଚୋଟ, କର୍ମନିଷ୍ଠ ଓ ପାରଦର୍ଶୀ ପ୍ରଶାସନିକ ଅଧିକାରୀ ରୂପେ ନିଜ ଜୀବନ ଓ କ୍ୟାରିୟର ଗଢ଼ିଥିବା ଡକ୍ଟର ମିଶ୍ରଙ୍କ ଉପସ୍ଥିତି ପାଇଁ ତାଙ୍କର ପୁରାତନ ଶିକ୍ଷାନୁଷ୍ଠାନ ତଥା ବର୍ତ୍ତମାନର ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟ ଉକ୍ରଣ୍ଠାର ସହ ଅପେକ୍ଷା କରିଛି।
ଆଞ୍ଚଳିକ ତଥା ଓଡ଼ିଶାର ପରମ୍ପରାକୁ ସମ୍ମାନ ଜଣାଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଞ୍ଚାସୀନ ଅତିଥି ଏବଂ ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଚଳିତ ପାରମ୍ପରିକ ଗାଉନ୍ ଓ ଟୋପି ପରିବର୍ତ୍ତେ ସମ୍ବଲପୁରୀ ଉତ୍ତରୀୟ ଓ ଜ୍ୟାକେଟ୍ ପରିଧାନ କରିବେ। ପ୍ରଥମ ବର୍ଷ ପ୍ରାୟ ୧୦୩ ଜଣ ଟପ୍ପରଙ୍କୁ ଶ୍ରେଷ୍ଠ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ଏମଫିଲ୍ ଓ ପିଏଚଡି ସ୍କଲାର ଭାବେ ଉପାଧି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।
(ସୂତ୍ର:PIB)
from Odisha Reporter http://bit.ly/2SAL2kf
No comments:
Post a Comment