ସାଧାରଣ ବସ୍ତିର ଯୁବକ ଏମିତି ପାଲଟିଗଲା ରାପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ସାଧାରଣ ବସ୍ତିର ଯୁବକ ଏମିତି ପାଲଟିଗଲା ରାପର

ମୁମ୍ବାଇ: ବସ୍ତିରେ ରହୁଥିବା ଜଣେ ସାଧାରଣ ପିଲା। ମନରେ ଅସୁମାରି ସ୍ୱପ୍ନ। କାଲି ଏମିତି ହେବ, କାଲି ସେମିତି ହେବ, ଏମିତି ଅନେକ କିଛି। ଆଉ ସେ ସ୍ୱପ୍ନକୁ ନେଇ ସେ ଆଗେଇ ଚାଲେ। ଇଚ୍ଛା ତା’ର ରାପର ହେବ। ଗୀତ ଗାଇବ, ତାଳି ଶୁଣିବ। ଶେଷର ତା ଇଚ୍ଛା ବି ପୂରଣ ହୁଏ। ସାଧାରଣ ବସ୍ତି ଟୋକା ପାଲଟିଯାଏ ପ୍ରତିଷ୍ଠିତ ରାପର୍‌। ହେଲେ କଥା ଭିତରର କାହାଣୀଟି ଆପଣ ଫିଲ୍ମ ଦେଖିଲା ପରେ ହିଁ ଜାଣିପାରିବେ।

ଆମେ କହୁଛୁ, ବଲିଉଡ୍‌ ସିନେମା ‘ଗଲିବୟ୍‌’ର କଥା। ଯାହାର ଟିଜର ରିଲିଜ୍‌ ହୋଇଛି। ରଣବୀର ସିଂହ  ଓ ଆଲିଆ ଭଟ୍ଟଙ୍କୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ।

କହାଣୀ ଚୁମ୍ବକ୍‌ରେ

ମୁମ୍ବାଇର ରାସ୍ତା କଡ଼ର ଜଣେ ରାପରର ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ। ଟିଜରରେ ହୀପ୍‌ ଅପ୍‌ର ରିଅଲ୍‌ ୱାର୍ଲ୍ଡକୁ ଦେଖାଯାଇଛି। ଟ୍ରେଲର କେବେ ରିଲିଜ୍‌ ହେବ ସେ ବିଷୟରେ ବି ସୂଚନା ଦିଆଯାଇଛି। ୧ମିନିଟ୍‌ ୩୦ ସେକେଣ୍ଡ୍‌ର ଏହି ଟିଜ୍‌ରରେ ରଣବୀର ସିଂହ ରାପ୍‌ କରୁଥିବା ନଜର ଆସୁଛନ୍ତି।

ଜୋୟା ଅଖ୍‌ତର୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ କେମିତି ରଣବୀର ସିଂହ  ଗରିବରୁ ଧନୀ ହୋଇଛନ୍ତି ଆପଣ ଦେଖିବେ। ଫିଲ୍ମରେ କଳ୍କି କୋଚଲିନ୍‌ଙ୍କୁ ମଧ୍ୟ ପ୍ରମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଜାନୁଆରୀ ୯ରେ ଏହାର ଟ୍ରେଲର ରିଲିଜ୍‌ ହେବ।  ଫିଲ୍ମଟି ଚଳିତ ବର୍ଷ ଭ୍ୟାଲେଣ୍ଟାଇନ୍‌ ଡେ ଅର୍ଥାତ୍‌ ପେବୃଆରୀ ୧୪ରେ ରିଲିଜ୍‌ ହେବ। ରଣବୀର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାର ଏକ ପୋଷ୍ଟର ଶେଆର କରିଛନ୍ତି।



from Odisha Reporter http://bit.ly/2F5PnI2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages