
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବେସାମାରିକ ସମ୍ମାନ ଭାରତ ରତ୍ନ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଆସାମର ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବେନ୍ ଗର୍ଗଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗର୍ଗଙ୍କ ଏଭଳି ମନ୍ତବ୍ୟର ଅଡିଓ କ୍ଲିପ୍ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ନାଁରେ ଏଫ୍ଆଇଆର ରୁଜୁ କରାଯାଇଛି।
ବିଜେପି ପାଇଁ ଗର୍ଗ ଗାଇଥିବା ପ୍ରଚାର ଗୀତ ପାଇଁ ୨୦୧୬ ଆସାମ ବିଧାନସଭା ନିର୍ବାଚନରେ ଦଳ ଫାଇଦା ପାଇଥିଲା। ତେବେ ନାଗରିକତ୍ୱ (ସଂଶୋଧନ) ବିଲ୍ ୨୦୧୬କୁ ନେଇ ଶ୍ରୀ ଗର୍ଗ ବିଜେପି ଉପରେ ଖପ୍ପା ହୋଇଛନ୍ତି।
ଏପରି କି ଗତ ସପ୍ତାହରେ ସେ ବିଜେପି ବିରୋଧରେ ଏକ ଗୀତ ‘ ପଲିଟିକ୍ସ କରନି ବନ୍ଧୁ’ ମଧ୍ୟ ପ୍ରସ୍ତୁତ କରିଥିଲେ। ଏବେ ସେ ଏହି ନାଗରିକତ୍ୱ ବିଲ୍କୁ ନେଇ ‘ଭାରତ ରତ୍ନ’ ସମ୍ମାନକୁ ମଧ୍ୟ ଅପମାନିତ କରିଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2B8u3yX
No comments:
Post a Comment