ପୂର୍ବତନ ପୁଲିସ୍‌ ଅଧିକାରୀଙ୍କୁ ଗିରଫ କଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ପୂର୍ବତନ ପୁଲିସ୍‌ ଅଧିକାରୀଙ୍କୁ ଗିରଫ କଲା ପୁଲିସ୍‌

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ୨୦୧୫ ମସିହା ଫରିଦିକୋଟ୍‌ ସ୍ଥିତ ବେହବଲ କଲାନ୍‌ ଗୁଳିକାଣ୍ଡ ଘଟଣାରେ ଆଜି ପୁଲିସ୍‌ ରାଜ୍ୟର ଜଣେ ପୂର୍ବତନ ପୁଲିସ୍‌ ଅଧିକାରୀଙ୍କୁ ଗିରଫ କରିଛି।

ଏହି ପୂର୍ବତନ ପୁଲିସ୍‌ ଅଧିକାରୀଙ୍କ ନାଁ ଚରଣଜିତ୍‌ ସିଂହ ଶର୍ମା। ତାଙ୍କୁ ପଞ୍ଜାବ ପୁଲିସ୍‌ର ଏସ୍‌ଆଇଟି ହୋଶିଆରପୁର ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ଏବେ ତାଙ୍କୁ ଜେରା କରାଯାଉଥିବାରୁ ଏହି ମାମଲା ସମ୍ପର୍କରେ ଅଧିକ ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ଏସ୍‌ଆଇଟି ପକ୍ଷରୁ କୁହାଯାଇଛି।

ଶ୍ରୀ ଶର୍ମା ଘଟଣାରେ ସଂପୃକ୍ତ ଥିବା ବେଳେ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଥିବା ଏସ୍‌ଆଇଟି କହିଛି।

୨୦୧୫ରେ ଶିଖ୍‌ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ବେଳେ ଚରଣଜିତ୍‌ ସିଂହ ଶର୍ମା ମୋଗା ଜିଲ୍ଲାର ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ।

ଏହି ଘଟଣା ପରେ ଶ୍ରୀ ଶର୍ମାଙ୍କ ବ୍ୟତୀତ ଫଜିଲକାର ତତ୍କାଳୀନ ଏସ୍‌ଏସ୍‌ପି ବିକ୍ରମଜିତ ସିଂହ, ଇନ୍‌ସ୍‌ପେକ୍ଟର ପ୍ରଦୀପ ସିଂହ ଓ ସବ୍‌ ଇନ୍‌ସ୍‌ପେକ୍ଟର ଅମରଜିତ ସିଂହଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଭଳି ସାଂଘାତିକ ଦଫାରେ ମାମଲାର ରୁଜୁ ହୋଇଥିଲା।



from Odisha Reporter http://bit.ly/2G3eJqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages