ଆରମ୍ଭ ହେଲା ଆଦିବାସୀ ମେଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଆରମ୍ଭ ହେଲା ଆଦିବାସୀ ମେଳା

jk-56

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ।yu-67

ଏହି ମେଳାରେ କନ୍ଧମାଳ ହଳଦୀ ସାଙ୍ଗକୁ କେନ୍ଦୁଝରର ଫୁଲବଡ଼ି, ଫୁଲ ଝାଡୁ, ମୁଗ, ବିରି, କୋଳଥ, ମାଣ୍ଡିଆ ଓ ଝୁଣା ଆଦି ମିଳୁଛି। ଆଦିବାସୀଙ୍କ ବିଭିନ୍ନ ଗହଣାଗାଣ୍ଠି ଓ ଖାଦ୍ୟପେୟ ବି ଏଠାରେ ମିଳୁଛି।  ଏସବୁକୁ କିଣିବାକୁ ପ୍ରଥମ ଦିନରୁ ହିଁ ଭିଡ଼ ଜମିଥିଲା।lo-7889-hjk

ଏହି ମେଳାରେ ଲୋକେ କିଣାକିଣି ସାଙ୍ଗକୁ ଆଦିବାସୀ ଖାଦ୍ୟ ଓ ଆଦିବାସୀ ନୃତ୍ୟ ଏବଂ ସଙ୍ଗୀତର ମଜା ନେଉଛନ୍ତି।

gh-67

ରାଜଧାନୀରେ ଆଦିବାସୀ ଦ୍ରବ୍ୟ ଚାହିଦା ରହୁଥିବାରୁ ଏବର୍ଷ ବି ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଚଳିତବର୍ଷ ଆଦିବାସୀ ମେଳାରେ ୧୮୦ଟି ଷ୍ଟଲ ଲାଗିଛି।  ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।



from Odisha Reporter http://bit.ly/2FRZhOT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages