ଆଇସିଆଇସିଆଇ ମହା ଦୁର୍ନୀତି: ପୂର୍ବତନ ସିଇଓଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସିବିଆଇ ଅଧିକାରୀଙ୍କ ବଦଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଆଇସିଆଇସିଆଇ ମହା ଦୁର୍ନୀତି: ପୂର୍ବତନ ସିଇଓଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସିବିଆଇ ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ତଥା ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର ସମେତ  ଆଉ କେତେ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସିବିଆଇ ଏସପି ସୁଧାଂଶୁ ଧର୍‌ ମିଶ୍ରାଙ୍କ ବଦଳି କରାଯାଇଛି। ସୁଧାଂଶୁ ମିଶ୍ରାଙ୍କୁ ଝାରଖଣ୍ଡର ରାଜଧାନୀ ରାଞ୍ଚିର ସିବିଆଇ ଆର୍ଥିକ ଶାଖାକୁ ବଦଳି କରାଯାଇଛି।

ଏସ୍‌ପି ସୁଧାଂଶୁ ଧର୍‌ ମିଶ୍ରା ଆଇସିଆଇସିଆଇ -ଭିଡିଓକନ୍‌ ମାମଲାରେ ଗତ ଜାନୁଆରୀ ୨୨ରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍‌ଡି ଭେନୁଗୋପାଲ ଧୂତ୍‌ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କୁହାଯାଉଛି ଏହା ପରେ ୨୪ ଜାନୁଆରୀରେ ସିବିଆଇ ମହାରାଷ୍ଟ୍ରରେ ୪ଟି ଜାଗାରେ ଚଢ଼ଉ କରିଥିଲା। ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସିବିଆଇ ପ୍ରିକ୍ରିୟା ଆରମ୍ଭ କରିଥିଲା।

ହେଲେ ଏହି ପଦକ୍ଷେପ ସାମ୍ନାକୁ ଆସିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଟାର୍ଗେଟରେ ସିବିଆଇ ଥିବା କୁହାଯାଉଛି। ଏହା ପରେ ସିବିଆଇ ଏସପି ସୁଧାଂଶୁ ଧର୍‌ ମିଶ୍ରାଙ୍କୁ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟତ‍ଃ ଉକ୍ତ ବ୍ୟାଙ୍କରୁ  ଋଣ ଠକେଇ ମାମଲାରେ ଭିଡିଓକନ କର୍ତ୍ତୃପକ୍ଷ ସାମିଲ ଥିବା ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଏହି ମାମଲାକୁ ନେଇ ପୂର୍ବରୁ ଚନ୍ଦା କୋଚର୍‌ ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ।

ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନ ନେଇଥିବା ୩୨୫୦ କୋଟି ଋଣ ପ୍ରଦାନ ପ୍ରସଙ୍ଗରେ ଏହି ମାମଲା ରହିଛି। ବିଭିନ୍ନ ବ୍ୟାଙ୍କରୁ ଭିଡିଓକନ ଗ୍ରୁପ୍ ନେଇଥିବା ପ୍ରାୟ ୪୦ ହଜାର କୋଟି ଟଙ୍କାର ଏହି ଋଣ ଏକ ଅଂଶବିଶେଷ। ଭିଡିଓକନ ଗ୍ରୁପ୍ ଏମ୍‌ଡି ଭେଣୁଗୋପାଲ ଧୂତ୍ ଚନ୍ଦାକୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କ କମ୍ପାନୀ ଏନ୍‌ଆରପିଏଲକୁ ୬୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ ରହିଛି।



from Odisha Reporter http://bit.ly/2Wohf0b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages