
ନୂଆଦିଲ୍ଲୀ: ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ କେଏଲ୍ ରାହୁଲ ‘କଫି ୱିଥ୍ କରନ୍’ ଶୋ’ରେ ଅରୁଚିକର ମନ୍ତବ୍ୟ ଦେବାକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି।
ସେ କହିଛନ୍ତି, ଆମେ ଭାରତୀୟ କ୍ରିକେଟ୍ ଟିମ୍ ଏବଂ ଦାୟିତ୍ୱପୂର୍ଣ୍ଣ କ୍ରିକେଟର ହିସାବରେ ଏଭଳି ମନ୍ତବ୍ୟକୁ କେବେ ମଧ୍ୟ ସମର୍ଥନ ଦେବୁନି। ସେସବୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ। ଆମେ ନିଆଯିବାକୁ ଥିବା ନିଷ୍ପତ୍ତିକୁ ଅପେକ୍ଷା କରିଛୁ।
ବିସିସିଆଇର ନିଷ୍ପତ୍ତି ପରେ ଯାଇ ଅଷ୍ଟ୍ରେଲିଆ ବିରୋଧୀ ୩ଟିକିଆ ଦିନିକିଆ ସିରିଜ୍ ପାଇଁ ଚୂଡ଼ାନ୍ତ ଏକାଦଶ ବାବଦରେ ନିଷ୍ପତ୍ତି ନେବୁ।
ବିରାଟ ଆହୁରି ମଧ୍ୟ କହିଛନ୍ତି, “ଭାରତୀୟ କ୍ରିକେଟ୍ ଦଳ ଦୃଷ୍ଟିକୋଣରୁ ଏହା ଆମ ଗ୍ରୀନ୍ରୁମ୍ ଉପରେ ପ୍ରଭାବ ପକାଇବନି। ଆମେ ଯେଉଁ ସ୍ପିରିଟ୍ ସୃଷ୍ଟି କରିଛୁ ତାହାକୁ ଏହି ଘଟଣା ପ୍ରଭାବିତ କରିପାରିବନି। ନିଶ୍ଚୟ ଏହା କାହାକୁ ନା କାହାକୁ ଆଘାତ ପହଞ୍ଚାଇଥିବ।”
from Odisha Reporter http://bit.ly/2H4e6Px
No comments:
Post a Comment