
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ବାପାମା’ ତାଙ୍କୁ ଘରେ ଏକୁଟିଆ ଛାଡ଼ି ମୂଲ ଲାଗିବାକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତଙ୍କ ବିଷୟରେ କିଛି ଜଣାପଡ଼ି ନାହିଁ। ଏକ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2RGwJx9
No comments:
Post a Comment