ବଢ଼ିଲା ଆଲୋକ ବର୍ମାଙ୍କ ଅଡ଼ୁଆ, ୬ ମାମଲାର ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ବଢ଼ିଲା ଆଲୋକ ବର୍ମାଙ୍କ ଅଡ଼ୁଆ, ୬ ମାମଲାର ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମା ବିଦା ହେବା ସହ ଭାରତୀୟ ପୁଲିସ୍‌ ସେବାରୁ ଇସ୍ତଫା ଦେଇ ସାରିଛନ୍ତି। ହେଲେ ବିବାଦ ତାଙ୍କ ପିଛା ଛାଡ଼ୁନାହିଁ। ବର୍ମା ଯେଉଁ ୬ଟି ମାମଲାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି, ସେସବୁର ସମସ୍ତ ଦସ୍ତାବିଜ୍‌ ଦାଖଲ କରିବାକୁ ଆଜି ସିଭିସି ସିବିଆଇକୁ ନିର୍ଦ୍ଦେଶ ଦେଇଛି।

ଏହି ସବୁ ମାମଲାରେ ଶ୍ରୀ ବର୍ମାଙ୍କ ଭୂମିକା ସିବିଆଇ ନିର୍ଦ୍ଦେଶକ ଭାବେ କ’ଣ ଥିଲା, ସେ ସମ୍ପର୍କରେ ଜାଣିବା ପାଇଁ ସିଭିସି ଏଭଳି ଦସ୍ତାବିଜ ମାଗିଛି। ଏଥିରେ ଆଭ୍ୟନ୍ତରୀଣ କାଗଜପତ୍ର ଲିକ୍‌, ଲୁକ୍‌ ଆଉଟ୍‌ ସର୍କୁଲାରରେ ହେରଫେର କରିବା ଓ ବ୍ୟାଙ୍କ ଜାଲିଆତିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଆଦି ମାମଲା ରହିଛି।

ଜାନୁଆରୀ ୧୦ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ୍‌ ପ୍ୟାନେଲ୍‌ ଶ୍ରୀ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରି ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଦାୟିତ୍ୱ ଦେଇଥିଲା। କିନ୍ତୁ ଏହାର ଗୋଟିଏ ଦିନ ପରେ ଶ୍ରୀ ବର୍ମା ଚାକିରିରୁ ଇସ୍ତଫା ଦେଇଥିଲେ।

୧: ଅଭିଯୋଗ ଅନୁଯାୟୀ, ଶ୍ରୀ ବର୍ମା ନିରବ ମୋଦି ମାମଲାରେ ସିବିଆଇର ଆଭ୍ୟନ୍ତରୀଣ ଇ-ମେଲ୍‌କୁ ସାର୍ବଜନୀନ କରିଥିଲେ। ୨୦୧୮ ଜୁନ୍‌ ମାସରେ ତତ୍କାଳୀନ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂହଙ୍କ ରୁମ୍‌ ବନ୍ଦ ଥିଲା। ହେଲେ ଏହା ମଧ୍ୟରେ ଥିବା ଇ-ମେଲ୍‌କୁ କିଏ ଲିକ୍‌ କଲା?

୨: ୬୦୦ କୋଟି ଆଇଡିବିଆଇ ବ୍ୟାଙ୍କ ଜାଲିଆତି ଘଟଣାରେ ଅଭିଯୁକ୍ତ ସି ଶିବଶଙ୍କରନ୍‌ ବିରୋଧରେ ଜାରି ଲୁକ୍‌ ଆଉଟ୍‌ ସର୍କୁଲାରକୁ ବଦଳାଇବାଘଟଣାରେ ଶ୍ରୀ ବର୍ମାଙ୍କ ହାତ ରହିଛି। ଏଭଳି ଘଟଣା ଯୋଗୁ ଶିବଶଙ୍କରନ୍‌ ଦେଶ ଛାଡ଼ି ଚାଲିଯିବାକୁ ସକ୍ଷମ ହୋଇଥିଲେ।

୩: ୨୦୧୫ ମସିହାରେ ବିଜୟ ମାଲ୍ୟାଙ୍କ ବିରୋଧରେ ଜାରି ଲୁକ୍‌ ଆଉଟ୍‌ ସର୍କୁଲାରରେ ମଧ୍ୟ ହେରଫେର ହୋଇଥିଲା।

୪: ଲକ୍ଷ୍ନୌ ଏସ୍‌ପି ସୁଧାଂଶୁ ଖାରେ ଅଭିଯୋଗ କରିଥିଲେ ଯେ ଉତ୍ତର ପ୍ରଦେଶ ଏଟିଏସ୍‌ର ଆଡିସନାଲ୍‌ ଏସ୍‌ପି ରାଜେଶ ସାହିନ୍‌ଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଭାର ନେବାକୁ ଶ୍ରୀ ବର୍ମା ମନା କରିଦେଇଥିଲେ। ଏପରି କରି ଶ୍ରୀ ବର୍ମା ଉତ୍ତର ପ୍ରଦେଶର କିଛି ପୁଲିସ୍‌ ଅଫିସରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀ ସାହିନ୍‌ଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ବୋଲି କହିଥିଲେ ହେଁ ସିବିଆଇ ଏହା ତଦନ୍ତ କରିନାହିଁ।

୫: ଏନ୍‌ଆର୍‌ଏଚ୍‌ଏମ୍‌ ଦୁର୍ନୀତିରେ ସାମିଲ ଥିବା କିଛି ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା।

୬: ଲକ୍ଷ୍ନୌ ଏସ୍‌ବିଆଇ ଜାଲିଆତି ଘଟଣାରେ ରଞ୍ଜିତ ସିଂହ ଓ ଅଭିଷେକ ସିଂହଙ୍କୁ ସିବିଆଇ ସୁରକ୍ଷା ଦେଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ତା’ର ମଧ୍ୟ ଦସ୍ତାବିଜ୍‌ ଦେବାକୁ ସିଭିସି ସିବିଆଇକୁ କହିଛି।



from Odisha Reporter http://bit.ly/2RRf2vb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages