ଇଭିଏମ୍‌ ଗୋଟେ ଚୋର ମେସିନ୍‌: ଫାରୁକ୍‌ ଅବ୍‌ଦୁଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

ଇଭିଏମ୍‌ ଗୋଟେ ଚୋର ମେସିନ୍‌: ଫାରୁକ୍‌ ଅବ୍‌ଦୁଲ୍ଲା

କୋଲକତା: ସାଧାରଣ ନିର୍ବାଚନ ପୂର୍ବରୁ କୋଲକତାଠାରେ ମମତା ବାନାର୍ଜୀଙ୍କ ଶକ୍ତି ପ୍ରଦର୍ଶନ ‘ୟୁନାଇଟେଡ୍‌ ଇଣ୍ଡିଆ ରାଲି’ ଅବସରରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଭୋଟ୍‌ ଗ୍ରହଣରେ ସ୍ୱଚ୍ଛତା ପାଇଁ ବ୍ୟାଲଟ୍‌ ପେପରରେ ନିର୍ବାଚନକୁ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି । ସେ ଇଭିଏମ୍‌ ମେସିନ୍‌କୁ ‘ଚୋର’ କହିବା ସହିତ ଏହି ନ୍ୟାସନାଲ କନ୍‌ଫରେନ୍ସ ନେତା କହିଛନ୍ତି, ପୃଥିବୀର ଅନ୍ୟ କୌଣସି ରାଷ୍ଟ୍ର ଏହି ମେସିନ୍‌ ବ୍ୟବହାର କରୁନାହାନ୍ତି।

ସେ କହିଛନ୍ତି, “ଇଭିଏମ୍‌ ଏକ ଚୋର ମେସିନ୍‌। ଆମେ ଇଲେକସନ୍‌ କମିଶନ୍‌ ଅଫ୍‌ ଇଣ୍ଡିଆଙ୍କୁ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ଏହି ମେସିନ୍‌ ବ୍ୟବହାର ବନ୍ଦ କରିବାକୁ ଦାବି କରିବା ଉଚିତ।” ଇଭିଏମ୍‌ରେ ଟ୍ୟାମ୍ପରିଂ ହେଉଥିବା ଅଭିଯୋଗ ହେଉଥିବାରୁ ଏହାକୁ ବନ୍ଦ କରି ଆଗାମୀ ଲୋକସଭା ନିର୍ବାଚନରେ ପୁଣି ବ୍ୟାଲଟ୍‌ ପେପର ବ୍ୟବହାର କରିବା ଉଚିତ ବୋଲି ଅନେକ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ କମିଶନର୍‌ ସୁନୀଲ ଅରୋରା କହିଛନ୍ତି, ରାଜନୀତିକ ଦଳମାନେ ‘ଇଭିଏମ୍‌’କୁ ଫୁଟ୍‌ବଲ୍‌ ଭାବୁଛନ୍ତି, ଯେତେବେଳେ ନିର୍ବାଚନରେ କେହି ହାରୁଛନ୍ତି ଇଭିଏମ୍‌କୁ ଦାୟୀ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଠିକ୍‌ ବ୍ୟବସ୍ଥା ବୋଲି ବାରମ୍ବାର ପ୍ରମାଣିତ ହୋଇସାରିଛି।

ବ୍ୟାଲଟ୍‌ ପେପରକୁ ଫେରିବା ବାବଦରେ ସେ କହିଛନ୍ତି, ଏପରି କହିବା ଅର୍ଥହୀନ ଲାଗୁଛି। କାରଣ ଭିଭିପ୍ୟାଟ୍‌ ୟୁନିଟ୍‌ ଏହି ସନ୍ଦେହ ଦୂର କରିବା ପାଇଁ ଯଥେଷ୍ଟ। ମୁକ୍ତ ଓ ସ୍ୱଚ୍ଛ ନିବାଚନ ପାଇଁ ନିର୍ବାଚନ କମିଶନ୍‌ ସଂକଳ୍ପବଦ୍ଧ।



from Odisha Reporter http://bit.ly/2R0kA1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages