‘ପିଠା’ରେ ଫାଟିଲା ମୁଣ୍ଡ, ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

‘ପିଠା’ରେ ଫାଟିଲା ମୁଣ୍ଡ, ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼

କଟକ(ଓଡ଼ିଶା ରିପୋର୍ଟର): ‘ପିଠା’ରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ଅଭିଯୋଗ ହୋଇଛି। କଟକ ସଦର ବ୍ଲକ ଗତିରାଉତପାଟଣା ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ଦୁର୍ବୃତ୍ତ ମାଡ ମାରିଛନ୍ତି। ଉଭୟଙ୍କୁ ବନ୍ଧୁକର ପଛରେ ମୁଣ୍ଡକୁ ଆକ୍ରମଣ କରାଯାଇଥିବା ସେ କହିଛନ୍ତି। ସେମାନେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମର୍ଥକ ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ। ଏ ସମ୍ପର୍କରେ ସେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି।

ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ କହିଛନ୍ତି-“ଆଜିର ପିଠା କାର୍ଯ୍ୟକ୍ରମରେ ବଲ୍‌ବ ବଣ୍ଟାଯିବାର ଥିଲା। ସଭା ଆରମ୍ଭ ହେବା ପରେ ମୁଁ ମାଇକ୍‌ରେ ଘୋଷଣା କରୁଥିବା ବେଳେ ୩ରୁ ୪ ଜଣ ଯୁବକ ମାରଣାସ୍ତ୍ର ଧରି ମୋତେ ଆକ୍ରମଣ କରିଥିଲେ। ଫଳରେ ମୋର ହାତ ଭାଙ୍ଗି ଯାଇଥିବା ବେଳେ ପୁଅର ମୁଣ୍ଡ ଫାଟି ଯାଇଛି। ଏପରି କାର୍ଯ୍ୟ ଚନ୍ଦ୍ରସାରଥୀଙ୍କ ସମର୍ଥକମାନେ କରିଛନ୍ତି।”

ସରପଞ୍ଚଙ୍କୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ। ସେ କହିଛନ୍ତି-“ଆକ୍ରମଣ ସମ୍ପର୍କରେ ମୁଁ କିଛି ଜାଣିନି। ଆପଣମାନଙ୍କଠାରୁ ଶୁଣିବାକୁ ପାଉଛି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ, ପୁଲିସ ତଦନ୍ତ କଲେ ଜଣାପଡ଼ିବ। କିନ୍ତୁ ମୁଁ ସଭାରେ ପହଞ୍ଚିଲା ବେଳକୁ ସବୁ ଠିକ୍‌ଠାକ୍‌ ଥିଲା।”



from Odisha Reporter http://bit.ly/2W45Kv1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages