ଲୋକସଭାରେ ବିଶୃଙ୍ଖଳା: ଆଉ ୨୧ ଜଣ ସାଂସଦ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଲୋକସଭାରେ ବିଶୃଙ୍ଖଳା: ଆଉ ୨୧ ଜଣ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଏବଂ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିଥିବା ଟିଡିପି ସାଂସଦଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁ ଲୋକସଭା ଠିକ୍‌ ଭାବେ କାର୍ଯ୍ୟ କରିପାରୁନାହିଁ। ଏଥିପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ପୁଣିଥରେ ୨୧ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ଟିଡିପି ସାଂସଦ ଥିବା ବେଳେ ୭ ଜଣ ହେଉଛନ୍ତି ଏଆଇଏଡିଏମକେ ସଦସ୍ୟ।

ଏମାନେ ଗୃହ ମଧ୍ୟରେ ବାରମ୍ବାର ବିଶୃଙ୍ଖଳା କରୁଥିବାରୁ ଶ୍ରୀମତୀ ମହାଜନ ଏମାନଙ୍କୁ ଆସନ୍ତା ୪ଟି କାର୍ଯ୍ୟଦିବସରୁ ନିଲମ୍ବିତ କରିଛନ୍ତି। ଗତକାଲି ଲୋକସଭାରେ ରାଫେଲ ଡିଲ୍‌ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ଉଭୟ ଏଆଇଏଡିଏମକେ ଏବଂ ଟିଡିପର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଏଥିପାଇଁ ବାଚସ୍ପତି ୨୪ ଜଣ ଏଆଇଏଡିଏମକେ ସାଂସଦଙ୍କୁ ନିଲମ୍ବନ କରିଥିଲେ।

ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏଆଇଏଡିଏମକେ ଏବଂ ଟିଡିପି ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏଆଇଏଡିଏମକେ କାବେରୀ ଜଳ ବିବାଦର ସମାଧାନ ପାଇଁ ଜଳ ବୋର୍ଡ ଗଠନ ଏବଂ ଟିଡିପି ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରି ହଟ୍ଟଗୋଳ କରୁଛନ୍ତି।

ଏଭଳି ବିଶୃଙ୍ଖଳା ପାଇଁ ବାଚସ୍ପତି ସୁମିତ୍ରା ମହାଜନ ସବୁ ସଦସ୍ୟକୁ ପ୍ରଥମେ ସତର୍କ କରାଇଥିଲେ। ହେଲେ ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ନ ହେବାରୁ ଲୋକସଭାର ଆଇନ୍‌ ୩୭୪(ଏ) ଅନୁଯାୟୀ, ପ୍ରଥମେ ଶ୍ରୀମତୀ ମହାଜନ ୧୨ ଜଣ ଟିଡିପି ଏବଂ ୭ ଜଣ ଏଆଇଏଡିଏମକେ ସାଂସଦକୁ ୪ଟି କାର୍ଯ୍ୟ ଦିବସରୁ ନିଲମ୍ବିତ କରିଥିଲେ।

ଟିଡିପିର ନିଲମ୍ବିତ ସାଂସଦଙ୍କ ମଧ୍ୟରେ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ମଧ୍ୟ ରହିଛନ୍ତି। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣିଥରେ ଟିଡିପି ସାଂସଦମାନେ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ପୁଣି ୨ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ।

ଲୋକସଭାରେ ଏଆଇଏଡିଏମକେର ୩୭ ଜଣ ସାଂସଦ ଥିବା ବେଳେ ଟିଡିପିର ୧୫ ଜଣ ସଦସ୍ୟ ରହିଛନ୍ତି।



from Odisha Reporter http://bit.ly/2F5e6fJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages