୫ରେ ପୁଣି ୪୫୦୦କୋଟିର ପ୍ରକଳ୍ପକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

୫ରେ ପୁଣି ୪୫୦୦କୋଟିର ପ୍ରକଳ୍ପକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ପ୍ରାୟ ୧୪,୫୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର ୧୫ଦିନ ନପୁରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାରେ ପୁଣିଥରେ ୪,୫୦୦କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ପ୍ରକଳ୍ପ ମଧ୍ୟରେ ୪ଲେନ୍ ବିଶିଷ୍ଟ ରାଜପଥ, ଓଡ଼ିଶା ମଧ୍ୟ ଦେଇ ଯିବାକୁ ଥିବା ଏଲପିଜି ପାଇପଲାଇନର ଲୋକାର୍ପଣ, ରେଳମାର୍ଗର ଦୋହରୀକରଣ, ନୂଆ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ, ବାଲେଶ୍ୱରରେ ମଲଟିମୋଡାଲ ଲଜିଷ୍ଟିକ୍ ହବ୍ , ହରିପୁରଗଡ଼ରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦି ପ୍ରକଳ୍ପ ସାମିଲ ଅଛି।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ ଅଏଲ, ପୂର୍ବତଟ ରେଳବାଇ, ଏନଏଚଏଆଇ, ଏଏସଆଇ ଓ ପାସପୋର୍ଟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ଇଣ୍ଡିଆନ ଅଏଲର ବରିଷ୍ଠ ଅଧିକାରୀ ପ୍ରୀତିଶ ଭରତ ଓ ପିସି ଚୌବେ, ଏଏସଆଇ ଭୁବନେଶ୍ୱର ସର୍କଲର ବରିଷ୍ଠ ଅଧିକାରୀ ଅରୁଣ ମଲ୍ଲିକ, ପୂର୍ବତଟ ରେଳପଥର ମୁଖ୍ୟ ପିଆରଓ ଜେପି ମିଶ୍ର , ଏନଏଚଏଆଇ ଜେନେରାଲ ମ୍ୟାନେଜର ଏକେ ରାୟ,ଆଞ୍ଚଳିକ ପାସପୋର୍ଟ ଅଫିସର ସୁଧାଂଶୁ ଶେଖର ମିଶ୍ର ଓ ଆଇଓସିଏଲର ବରିଷ୍ଠ ମ୍ୟାନେଜର ଶ୍ରୀନିବାସ ପାତ୍ର ପ୍ରମୁଖ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ସେଗୁଡ଼ିକ ହେଲା ୮୨୮.୩୬ କୋଟି ଟଙ୍କା ବିଶିଷ୍ଟ ଏନ୍ଏଚ୍-୨୧୫ ର ରିମୁଳି-କୋଇଡ଼ାର ୪ ଲେନ୍ କାର୍ଯ୍ୟ, ୧,୩୧୩ କୋଟି ଟଙ୍କା ବିଶିଷ୍ଟ ଏନ୍ଏଚ୍-୬ ର ସିଙ୍ଗଡ଼ା-ବିଞ୍ଜବାହାଲର ୪ ଲେନ୍ କାର୍ଯ୍ୟ, ୧,୧୭୬.୪ କୋଟି ଟଙ୍କା ବିଶିଷ୍ଟ ଏନ୍ଏଚ୍-୨୧୫ ର କୋଇଡ଼ା-ରାଜମୁଣ୍ଡାର ୪ ଲେନ୍ କାର୍ଯ୍ୟ ସାମିଲ ଅଛି।

ଏହାବ୍ୟତୀତ ଆଇଓସିଏଲର ପାରାଦୀପ-ହଳଦିଆ-ଦୁର୍ଗାପୁରକୁ ସଂଯୋଗ କରୁଥିବା ୧୦୮୦ କୋଟି ଟଙ୍କାର ୫୧୩କିମି ବିଶିଷ୍ଟ ଏଲପିଜି ପାଇପଲାଇନ ପ୍ରକଳ୍ପର ଲୋକାର୍ପଣ କରିବେ।
ପୂର୍ବ ଭାରତରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ସ୍ଥାପିତ କରାଯାଉଥିବା ଏହା ପ୍ରଥମ ଏଲପିଜି ପାଇପଲାଇନ। ଏହି ପାଇପଲାଇନ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିବ।

ସେହିପରି ଟାଟାନଗରରୁ ବାଦାମପାହାଡ଼କୁ ଦ୍ୱିତୀୟ ଯାତ୍ରୀବାହୀ ଟ୍ରେନ ଚଳାଚଳ ଶୁଭାରମ୍ଭ, ନାରଣପୁର-ବସନ୍ତପୁର ଏବଂ ଚିଲିକିଦରା-ସଗଡ଼ପଟା ଲାଇନର ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ ହେବ। ଏହା ଦ୍ୱାରା କେନ୍ଦୁଝର ଓ ଯାଜପୁର ଭଳି ଖଣିସମୃଦ୍ଧ ଜିଲ୍ଲାକୁ ସଂଯୋଗ ସମ୍ଭବପର ହେବ ଓ ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ।

୨୫ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରଠାରେ ନିର୍ମିତ ଏହି ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କକୁ ଲୋକାର୍ପଣ କରିବେ। ଏଥିରେ ୩୮୩୨୫ ବର୍ଗମିଟର ବିଶିଷ୍ଟ ଆମଦାନୀ/ରପ୍ତାନୀ ନିମନ୍ତେ କଷ୍ଟମ ସୁବିଧା କେନ୍ଦ୍ର, ଏକ ସୁଦୀର୍ଘ ତଥା ସମ୍ପୂର୍ଣ୍ଣ ରେଳପଥକୁ ୨ଟି ୱେୟାରହାଉସ୍, ରୋଡୱେ ବ୍ରିଜ୍ ଆଦି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ହେବ। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ଥିବା ସ୍ପଞ୍ଜ ଆଇରନ୍, ପିଗ୍ ଆଇରନ୍, ଫେରୋକ୍ରୋମ ଉଦ୍ୟୋଗଗୁଡ଼ିକ ଲାଭାନ୍ୱିତ ହେବେ ଓ ଓଡ଼ିଶାରେ ବାଲେଶ୍ୱରକୁ ଏକ ପ୍ରମୁଖ ଲଜିଷ୍ଟିକ୍ ହବ୍ ଭାବେ ସ୍ଥାପିତ କରିବ।

ସେହିପରି ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଚତୁର୍ଦ୍ଦଶ ଶତାବ୍ଦୀର ଭଞ୍ଜ ସାମ୍ରାଜ୍ୟର ହରିପୁରଗଡ଼ ପ୍ରାଚୀନ ଦୁର୍ଗ ଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଏବଂ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟର ଉଦଘାଟନ ହେବ। ଏଥିପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ପ୍ରଧାନମନ୍ତ୍ରୀ ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଏବଂ ଢେଙ୍କାନାଳର ମୁଖ୍ୟ ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ରର ଶୁଭାରମ୍ଭ କରିବେ। ଏବେ ରାଜ୍ୟବାସୀ ପାସପୋର୍ଟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଫିସ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ଆଉ ଏତେ ଦୂର ଆସିବାକୁ ପଡ଼ିବ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି ୫ତାରିଖରେ ଏସବୁ ପ୍ରକଳ୍ପ ଶୁଭାରମ୍ଭ କରିବା ପରେ ଆସନ୍ତା ୧୬ତାରିଖରେ ବଲାଙ୍ଗୀରରେ ମଧ୍ୟ ବହୁ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ୩ଥର ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।



from Odisha Reporter http://bit.ly/2Vsgzqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages