
ଆବଶ୍ୟକ ସାମଗ୍ରୀ- ପନିର , କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍, ଜିରା, ଗରମମସଲା, ଲୁଣ ସ୍ୱାଦ ଅନୁସାରେ, ଧନିଆପତ୍ର, ଭଜା ହୋଇଥିବା କାଜୁ ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟିଦିଅନ୍ତୁ। କମ୍ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ କଟା ପିଆଜକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ପିଆଜ ଭାଜି ହୋଇଯିବ ତାକୁ ଏକ ପ୍ଲେଟ୍କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ।
ବର୍ତ୍ତମାନ କଡେଇରେ ଜିରା, ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଟମାଟୋ ପ୍ୟୁରି ପକାନ୍ତୁ। ଟମାଟୋ ପ୍ୟୁରି ଭଲଭାବେ କଷି ହେଲା ପରେ ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
ପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ। ଏହି ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଫୁଟାଇ ଚୁଲା ବନ୍ଦ କରିଦିଅନ୍ତୁ। ଆଞ୍ଚ ବନ୍ଦ କରିବା ମାତ୍ରେ ଗରମମସଲା ମିଶାନ୍ତୁ। ଏବେ ଆପଣଙ୍କ କାଜୁ ପନିର ପ୍ରସ୍ତୁତ ହୋଇଗଲା। ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରିସାରିବା ପରେ ପରଷନ୍ତୁ।
from Odisha Reporter http://bit.ly/2RoZ9wl
No comments:
Post a Comment