୧୩ ବର୍ଷ ବୟସରେ ସ୍କୁଲ ପଢ଼ା ଶେଷ କରିଥିଲେ ଏହି ପଦାର୍ଥ ବିଜ୍ଞାନୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୧୩ ବର୍ଷ ବୟସରେ ସ୍କୁଲ ପଢ଼ା ଶେଷ କରିଥିଲେ ଏହି ପଦାର୍ଥ ବିଜ୍ଞାନୀ !

ନୂଆଦିଲ୍ଲୀ: ଗୁଗଲ୍‌ ଡୁଡଲ୍‌ ଆଜି ଲେବ୍‌ ଲାନ୍‌ଡଉଙ୍କର ୧୧୧ ତମ ଜନ୍ମଦିନ ପାଳନ କରୁଛି। ଲେବ୍‌ ଲାନ୍‌ଡଉ ସୋଭିଏତ୍‌ର ଜଣେ physicist ବା ପଦାର୍ଥ ବିଜ୍ଞାନୀ। ସେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅନେକ ଅଜଣା ତଥ୍ୟକୁ ଆବିଷ୍କାର କରିଥିଲେ। ଲେବ୍‌ ଲାନ୍‌ଡଉ ୨୨ ଜାନୁଆରୀ ୧୯୦୮ରେ ଅଜରବୈଜାନ୍‌ରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟିବେଳୁ ହିଁ ତାଙ୍କର ଗଣିତ ଓ ବିଜ୍ଞାନ ପ୍ରତି ଦୁର୍ବଳତା ରହିଥିଲା। ସ୍କୁଲ୍‌ରେ ଅନ୍ୟ ପିଲାମାନଙ୍କ ତୁଳନାରେ ପାଠପଢ଼ାରେ ଲେବ୍‌ ଆଗରେ ରହୁଥିଲେ। ତାଙ୍କ ପିତା ଅଏଲ୍‌ କମ୍ପାନୀରେ ଇଞ୍ଜିନିୟର୍‌ ଥିଲେ ଓ ମା’ ଥିଲେ ଜଣେ ଡାକ୍ତର। ପିଲାବେଳୁ ହିଁ ଲେବ୍‌ ଲାନ୍‌ଡଉ ବହୁତ ଶାନ୍ତ ଓ ଲାଜକୁଳା ସ୍ୱଭାବର ଥିଲେ। ୧୩ ବର୍ଷ ବୟସରେ ସେ ସ୍କୁଲ ପଢ଼ା ଶେଷ କରିଥିଲେ। ଏହାପରେ ସେ କଲେଜ୍‌ରେ ନାମ ଲେଖାଇଥିଲେ। ଆଗକୁ ଯାଇ ତାଙ୍କର କାର୍ଯ୍ୟ ପାଇଁ ସେ ନୋବେଲ୍‌ ପୁରସ୍କାର ପାଇଥିଲେ। ଆସନ୍ତୁ ଜାଣିବା ଲେବ୍‌ ଲାନ୍‌ଡଉ ବିଷୟରେ କିଛି ଅଜଣା କଥା।

  • ୧୩ ବର୍ଷ ବୟୟରେ ସ୍କୁଲରେ ପାଠପଢ଼ା ଶେଷ କରିବା ପରେ ଲେବ୍‌ ଲାନ୍‌ଡଉ ୧୯୨୪ ମସିହାରେ ଲେନିନ୍‌ଗ୍ରେଡ୍‌ ୟୁନିଭରସିଟିରେ ପଦାର୍ଥ ବିଜ୍ଞାନରେ ନାମ ଲେଖାଇଥିଲେ। ସେହି ସମୟରେ ତାଙ୍କର ବୟସ ଥିଲା ମାତ୍ର ୧୬ ବର୍ଷ। ୨୧ ବର୍ଷ ବୟସରେ ଲେବ୍‌ ଲାନ୍‌ଡଉ ପିଏଚ୍‌ଡି ଶେଷ କରିଥିଲେ। ଏହାପରେ ତାଙ୍କୁ ରୋକ୍‌ଫେଲର୍‌ ଫେଲୋସିପ୍‌ ପ୍ରାପ୍ତ ହୋଇଥିଲା।
  • ଫେଲୋସିପ୍‌ ପାଇବା ପରେ ତାଙ୍କୁ ଜ୍ୟୁରିଖ୍‌, କେମ୍ରିଜ୍‌ ଓ କୋପେନ୍‌ହେଗମ୍‌ ଗବେଷଣା ଦେଖିବା ପାଇଁ ସୁଯୋଗ ମିଳିଥିଲା। ସୋଭିଏତ୍‌ରେ ତାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ମିଳୁଥିଲା।
  • ଲେବ୍‌ ନୋବେଲ୍‌ ପୁରସ୍କାର ବିଜେତା ନିଲସ୍‌ ବୋହର୍‌ଙ୍କ ସହିତ ପାଠ ପଢ଼ିବା ପାଇଁ ସୁଯୋଗ ପାଇଥିଲେ।
  • ଲେବ୍‌ ଲାନ୍‌ଡଉ Density matrix method, theory of second order phase transition, theory of Fermi liquidର ଆବିଷ୍କାର କରିଥିଲେ। ଏହା ସହିତ ସେ ଖାର୍‌କିବ୍‌ ଓ ମୋସ୍କୋ ଷ୍ଟେଟ୍‌ ୟୁନିଭରସିଟିରେ ପ୍ରଫେସର୍‌ ଭାବରେ କାର୍ଯ୍ୟ କରିଥିଲେ।
  • ଲେବ୍‌ ଲାନ୍‌ଡଉ ୧୯୬୨ ମସିହାରେ ଖୁବ୍‌ କମ୍ ତାପମାନରେ ହିଲିୟମ୍‌ ଗ୍ୟାସ୍‌ର ବ୍ୟବହାର ଉପରେ ଅନୁସନ୍ଧାନ କରିଥିଲେ। ଏହି ଅନୁସନ୍ଧାନ ପାଇଁ ତାଙ୍କୁ ଭୌତିକ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ମିଲିଥିଲା। ଏହା ପରେ ସେ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଥିଲେ।
  • ୧୯୦୮ରେ ଜନ୍ମ ନେଇଥିବା ଲେବ୍‌ ଲାନ୍‌ଡଉ ୧୯୬୮ ମସିହା, ୧ ଏପ୍ରିଲ୍‌ରେ ଋଷ୍‌ର ମୋସ୍କୋରେ ଦେହତ୍ୟାଗ କରିଥିଲେ।


from Odisha Reporter http://bit.ly/2Mqnxb3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages