
ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ଏକ ବିରଳ ଘଟଣା ଘଟିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଉଭୟ ପରସ୍ପର ବିରୋଧୀ ହୋଇଥିଲେ ହେଁ ଏଭଳି ଅପ୍ରତ୍ୟାଶିତ ଭେଟଘାଟ ମଧ୍ୟପ୍ରଦେଶ ରାଜନୀତିକୁ ସରଗରମ କରିଦେଇଛି।
ସୋମବାର ସନ୍ଧ୍ୟାରେ ଶ୍ରୀ ସିନ୍ଧିଆ ଭୋପାଲରେ ଥିବା ଶ୍ରୀ ଚୌହାନଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପରେ ଉଭୟ ବନ୍ଦ ରୁମ୍ରେ ଦୀର୍ଘ ୪୦ ମିନିଟ୍ କାଳ ବୈଠକ କରିଥିଲେ। ଉଭୟ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ ହେଁ ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି। ଉଭୟ ନେତା ଆଲୋଚନା ଫଳପ୍ରଦ ହୋଇଥିବା କହିବାରୁ କେଉଁ ବିଷୟରେ ଆଲୋଚନା ହେଉଥିଲା, ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ କରିଛି।
ସନ୍ଧ୍ୟା ପ୍ରାୟ ୬.୧୫ରେ ଶ୍ରୀ ସିନ୍ଧିଆ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଭୋପାଲରେ ପହଞ୍ଚିଥିଲେ। ସେଠାରେ ସେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତୁରନ୍ତ ଶ୍ରୀ ଚୌହାନଙ୍କୁ ଭେଟିବାକୁ ଚିନ୍ତା କରିଥିଲେ। ଶ୍ରୀ ସିନ୍ଧିଆ ପ୍ରଥମେ ଶ୍ରୀ ଚୌହାନଙ୍କୁ ଏକ ମେସେଜ୍ ପଠାଇଥିଲେ। ସାକ୍ଷାତ ପାଇଁ ଶ୍ରୀ ଚୌହାନ ରାଜି ହେବାରୁ ଶ୍ରୀ ସିନ୍ଧିଆ ସମସ୍ତଙ୍କୁ ଚକିତ କରି ସିଧାସଳଖ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲେ। ଏହାପରେ ଚୌହାନ ତାଙ୍କୁ ନିମନ୍ତ୍ରଣ କରିବା ସହ ତାଙ୍କ ସହ ବୈଠକ କରିଥିଲେ।
from Odisha Reporter http://bit.ly/2AUS6kY
No comments:
Post a Comment