
ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ସହରରେ ମାତିଛନ୍ତି ଏଟିଏମ୍ ଲୁଟେରା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଥିବା ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଏଟିଏମ୍ରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଏଟିଏମ୍ଟିକୁ ଭାଙ୍ଗି ଦେଇଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି। ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୋନପୁର ଏସଡିପିଓ ମିହିର ପଣ୍ଡା କହିଛନ୍ତି,“ ଆମେ ସକାଳେ ଘଟଣା ସମ୍ପର୍କରେ ଖବର ପାଇଲୁ। ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍ ଭଙ୍ଗା ଯାଇଥିବା ଦେଖଲୁ। ତେବେ କେତେ ଟଙ୍କା ଲୁଟ୍ ହୋଇଛି ଜଣାପଡ଼ିନାହିଁ। ସାଇଣ୍ଟିଫିକ୍ ଟିମ୍କୁ ଡାକିଛୁ। ଘଟଣାର ତଦନ୍ତ ହେବା ପରେ ଜଣାପଡ଼ିବ।”
from Odisha Reporter http://bit.ly/2Titl9q
No comments:
Post a Comment