
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସାଧୁ ଲୋକମାନଙ୍କର ମେଣ୍ଟ ଅସାଧୁ ଉଦ୍ଦେଶ୍ୟରେ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମାନେ ଯେତେ ଚେଷ୍ଟା କଲେ କୌଣସି ଲାଭ ହେବନାହିଁ। ଏମାନଙ୍କର ଦିନ ଶେଷ ହୋଇ ଆସିଲାଣି। ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାରୀ କଳର ଦୁରୁପଯୋଗ କରି ମୁଖ୍ୟମନ୍ତ୍ରୀ ତାଙ୍କର ଅପଚେଷ୍ଟା ଜାରି ରଖନ୍ତୁ ବୋଲି ସେ କହିଛନ୍ତି।
ବିଧାୟକ ନବ ଦାସ ବିଜେଡିରେ ଯୋଗଦେବା ଅବସରରେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, ପଶ୍ଚିମ ଓଡିଶାକୁ ଆହୁରି ଦରିଦ୍ର କରିବା, ଯୁବକଙ୍କୁ ଧୋକା ଦେବା ଓ ମାଆ ଓ ଭଉଣୀମାନଙ୍କ ଅତ୍ୟାଚାର ବଢ଼ାଇବା ପାଇଁ ସେ କଣ ପଶ୍ଚିମ ଓଡିଶାକୁ ଟାର୍ଗେଟ କରିଥିବା କଥା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ରୋଜଗାର ବଢ଼ାଇବା ପାଇଁ ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟମନ୍ତ୍ରୀ କଣ ବ୍ୟବସ୍ଥା କରିଛନ୍ତି ତାହା ସାର୍ବଜନୀନ ଭାବେ ପ୍ରକାଶ କରନ୍ତୁ। ଲମ୍ବା ଶାସନର ଦାୟିତ୍ୱରେ ରହିବା ପରେ ମଧ୍ୟ ସେଠାକାର ଯୁବକ ଆଜି କାହିଁକି ଦାଦନ ଖଟିବାକୁ ବାହାରକୁ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଶ୍ରଦ୍ଧା ଓ ଆସ୍ଥାର କେନ୍ଦ୍ର ରାଜେନ୍ଦ୍ର କଲେଜ ପଡ଼ିଆରେ ଉଦବୋଧନ ଦେବାକୁ ଥିବା କଲେଜର ଅଧ୍ୟାପକ ପଦବୀ କେବେ ପୂରଣ କରିବେ, ମୁଖ୍ୟମନ୍ତ୍ରୀ ତାହା ଉପରେ କହିବା ଉଚିତ୍। ସେହିପରି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଗାଁ’ଗୁଡ଼ିକୁ ପିଇବା ପାଣି କେବେ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
from Odisha Reporter http://bit.ly/2Mtbr16
No comments:
Post a Comment