ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ବା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ସଂସଦର ସେଣ୍ଟ୍ରାଲ ହଲ୍‌ଠାରେ ସେ ଅଭିଭାଷଣ ରଖିବା ଅବସରରେ ଦୁର୍ନୀତି ବିରୋଧରେ ସରକାର ନେଇଥିବା ପଦକ୍ଷେପ ବାବଦରେ ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହା ସହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବୁ ବର୍ଗର ନାଗରିକଙ୍କ ଉଚ୍ଚାକାଂକ୍ଷା ଏବଂ ଆଶା ପୂରଣ କରିବାକୁ ଚେଷ୍ଟା କରୁଥିଲେ ଏବଂ ‘ନ୍ୟୁ ଇଣ୍ଡିଆ’ ଦିଗରେ କାର୍ଯ୍ୟ କରୁଥିଲେ।

ସରକାର କେବଳ ଦୁର୍ନୀତି କିମ୍ବା କଳାଧନ ମହଜୁଦକାରୀଙ୍କ ବିରୋଧରେ ଲଢ଼େଇ କରିନାହାନ୍ତି, ବରଂ ଏଥିପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍‌ ଗଠନ କରି ଏହାର ମୂଳ କାରଣ ଯାଏ ପହଞ୍ଚିବାର ପ୍ରୟାସ କରିଛନ୍ତି। ଅନ୍ତରୀଣ ବଜେଟ୍‌ ଆଗତ ହେବା ଆଗରୁ ଏହି ଅଭିବାଦନରେ ସେ ନୋଟ୍‌ବନ୍ଦୀ ବାବଦରେ ମତ ଦେବା ସହିତ ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ବିମୁଦ୍ରୀକରଣ କଳାଧନ ମହଜୁଦକାରୀଙ୍କ ଉପରେ ଆକ୍ରମଣ ସଦୃଶ ହୋଇଛି। ବେନାମୀ ସମ୍ପତ୍ତି ମାଲିକ ଏବଂ ଅର୍ଥନୀତିକ ଅପରାଧୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି।

ଏହି ଅବସରରେ ସେ ମହିଳା, ଚାଷୀ ଏବଂ ମଧ୍ୟବିତ୍ତ ପରିବାରର ଲୋକଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପ ବାବଦରେ ମଧ୍ୟ କହିଥିଲେ। ସେ କହିଥିଲେ, “ଆମ ମୁସଲିମ୍ ଭଉଣୀମାନେ ପୂର୍ବରୁ ଭୟଭୀତ ଥିଲେ। ଟ୍ରିପଲ ତଲାକ ବିଲ ସମାନତା ଆଣିଛି।” ଲିଙ୍ଗଗତ ସମାନତା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନେ ସହଜରେ ଋଣ ନେଇ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି। ମାର୍ଟନିଟି ଲିଭ୍‌ର ଅବଧି ବଢ଼ାଇବା ଫଳରେ ସେମାନେ ନିଜ ଚାକିରି ବଞ୍ଚାଇ ପାରୁଛନ୍ତି।

୨୦୧୪ ମସିହା ପୂର୍ବରୁ ଦେଶ ଏକ ଅସ୍ଥିରତା ଦେଇ ଗତି କରୁଥିଲା। କିନ୍ତୁ ସରକାରଙ୍କ ‘ନ୍ୟୁ ଇଣ୍ଡିଆ’ ପଦକ୍ଷେପରେ ସ୍ୱାସ୍ଥ୍ୟ, ବୀମା, ଶିକ୍ଷା ଏବଂ ଗୃହ ଆଦି ସହଜରେ ଉପଲବ୍ଧ ହେଉଥିବାରୁ ମଧ୍ୟବିତ୍ତମାନେ ଏଥିରୁ ଲାଭବାନ ହୋଇପାରୁଛନ୍ତି।

ସ୍ୱାସ୍ଥ୍ୟସେବା ତାଙ୍କ ସରକାରର ପ୍ରାଥମିକତା। ଏହା ଅତି ଗରିବଙ୍କ ପାଖରେ ପହଞ୍ଚିପରୁଥିବାରୁ ସେ ଗର୍ବିତ ବୋଲି କହିଥିଲେ। ସ୍ୱାସ୍ଥ୍ୟ ବାବଦକୁ ଖର୍ଚ୍ଚ ଗରିବଙ୍କୁ ଆହୁରି ଗରିବ କରିଦିଏ। ଏହାକୁ ଆଖି ଆଗରେ ରଖି ଆୟୁଷ୍ମାନ ଯୋଜନା ଆରମ୍ଭ କରାଯାଇଥିଲା, ଯେଉଁଥିରେ ଗତ ୪ ମାସରେ ୧୦ ଲକ୍ଷ ଗରିବ ଲୋକେ ଉପକୃତ ହୋଇଛନ୍ତି। ସ୍ୱଚ୍ଛଭାରତ ଅଭିଯାନ ଅଧୀନରେ ସରକାର ୯ କୋଟି ପାଇଖାନା ନିର୍ମାଣ କରାଇପାରିଛନ୍ତି।

ବିରୋଧୀ କଂଗ୍ରେସର ହଟ୍ଟଗୋଳ ପରେ ମଧ୍ୟ ରାଷ୍ଟ୍ରପତି କୋବିନ୍ଦ ଚାଷୀ ପ୍ରସଙ୍ଗରେ କହିବା ଜାରି ରଖିଥିଲେ। ସରକାର ୨୨ଟି ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି କରିବା, ଭଲ ମଞ୍ଜି ଯୋଗାଇବା ଏବଂ ମୃତ୍ତିକା ବାବଦରେ ନିୟମିତ ସୂଚନା ଉପଲବ୍ଧ କରାଯାଇଛି ବୋଲି ସେ ଏହି ଅବସରରେ ଉଲ୍ଲେଖ କରିଥିଲେ। ସେହିଭଳି ଜିଏସ୍‌ଟି ବାଦରେ ସେ କହିଥିଲେ, ଏହା ଏକ ଦୀର୍ଘ ମିଆଦି ନୀତି, ଯାହାକି ବ୍ୟବସାୟିକ କ୍ଷେତ୍ର ପାଇଁ ଆଶୀର୍ବାଦ।

ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ହୋଇଥିବାରୁ ଏହା ଗଣତନ୍ତ୍ର ପାଇଁ ଉଲ୍ଲେଖନୀୟ ବର୍ଷ ବୋଲି ସେ କହିଥିଲେ।



from Odisha Reporter http://bit.ly/2HU0CGT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages