ସାରାଙ୍କୁ ମିଳିଲା ଆଉ ଏକ ଫିଲ୍ମର ଅଫର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସାରାଙ୍କୁ ମିଳିଲା ଆଉ ଏକ ଫିଲ୍ମର ଅଫର !

ମୁମ୍ବାଇ: କଥାରେ ଅଛି ଭଗବାନ୍‌ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି, ଠିକ୍‌ ଯେମିତି ଦେଇଛନ୍ତି ସୈଫ୍‌ ନନ୍ଦିନୀ ସାରାଙ୍କୁ। ‘କେଦାରନାଥ୍‌’ ଜରିଆରେ ବଲଇଉଡ୍‌ରେ ପାଦ ଥାପିଥିବା ସାରା ଅଲି ଖାନ୍‌ଙ୍କ ସିମ୍ବା ଏବେ ଫୁଲ୍‌ ଦମ୍‌ରେ ଧୂମ୍‌ ମଚାଇଛି। ଆଉ ଏମିତି ବେଳାରେ ତାଙ୍କୁ ମିଳିଛି ଆଉ ଏକ ଫିଲ୍ମର ଅଫର୍‌। ପୂରା ସୋନେ ପେ ସୁହାଗା, ନା କ’ଣ କହୁଛନ୍ତି ?

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବା ପରେ ସାରାଙ୍କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଛି। କେଦାରନାଥ ଆଉ ପରେ ପରେ ‘ସିମ୍ବା’ ରିଲିଜ୍‌ ହୋଇଛି। ଯାହାକି ବକ୍ସ ଅଫିସ୍‌ରେ ଧମାଲ୍‌ ମଚଉଛି। ତାଙ୍କର ଦୁଇଦୁଇଟି ଫିଲ୍ମ ବକ୍ସ ଅଫିସ୍‌ରେ କାମାଲ୍‌ କରିବା ପରେ ଏବେ ରେମୋ ଡିସୁଜାଙ୍କ ‘ଏବିସିଡି-୩’ରେ ସାରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା।

ନିକଟରେ ଶୁଣିବାକୁ ମିଳିଥିଲା ‘ଏବିସିଡି-୩’ରେ କାମ କରିବାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମନା କରିଦେଇଛନ୍ତି। ସେ ନିଜ ବ୍ୟସ୍ତ ସିଡ୍ୟୁଲ୍‌ ତଥା ଫିଲ୍ମ ଭାରତ ପାଇଁ ଏଥିରେ ଅଭିନୟ କରିବାକୁ ମନା କରିଦେଇଛନ୍ତି।  ସେଥିପାଇଁ ଫିଲ୍ମ ପାଇଁ ଏବେ ଅଭିନେତ୍ରୀ ଖୋଜା ଚାଲିଛି।

ରିପୋର୍ଟ ମୁତାବକ ନିର୍ମାତା ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌, କୃତି ସେନନ୍‌ ଓ ଶ୍ରଦ୍ଧା କପୁରଙ୍କ ଭଳି ଅଭିନେତ୍ରୀଙ୍କ ନାଁ  ବିଚାରକୁ ନେଇଥିଲେ। କିନ୍ତୁ ଏବେ ଖବର ଆସୁଛି ଏହି ଫିଲ୍ମ ପାଇଁ ସାରା ଅଲ୍ଲୀ ଖାନ୍‌ଙ୍କୁ କନ୍‌ସିଡର୍‌ କରାଯାଉଛି।

ତେବେ ସେଥିରେ ସେ ଅଭିନୟ କରିବେ ନା ନାହିଁ କିଛି ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ ଯେ,  ଭାରତର ପ୍ରତିଷ୍ଠିତ ଡ୍ୟାନ୍ସ କୋରିଓଗ୍ରାଫର ଅଭିନେତା ଓ ଫିଲ୍ମ ନିର୍ମାତା ପ୍ରଭୁ ଦେବାଙ୍କ ସହ ଧର୍ମେନ୍ଦ୍ର ୟେଲାଂଡେ, ରାଘବ ଜୁୟାଲ ଓ ଉନୀତ୍‌ ଫାଟକ ବି  ଅଭିନୟ କରିଛନ୍ତି। ଫିଲ୍ମର ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ଜାନୁଆରୀ ୨୨ରୁ ଅମୃତଶରରେ ହେବ।  ଏହା ପରେ ପୂରା ଟିମ୍‌ ଶୁଟିଂ ପାଇଁ ଲଣ୍ଡନ ଯିବେ। ଫିଲ୍ମଟି ନଭେମ୍ବର ୮, ୨୦୧୯ରେ ରିଲିଜ୍‌ ହେବ।



from Odisha Reporter http://bit.ly/2F3uePL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages