ଖରାପ ପାଗ ପାଇଁ ଆଗୁଆ ସରିଲା ଖେଳ, ଅଷ୍ଟ୍ରେଲିଆ ୨୩୬/୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଖରାପ ପାଗ ପାଇଁ ଆଗୁଆ ସରିଲା ଖେଳ, ଅଷ୍ଟ୍ରେଲିଆ ୨୩୬/୬

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ତୃତୀୟ ଦିନରେ ଆହୁରି ୧୬ ଓଭର୍‌ ବାକିଥିଲେ ହେଁ ଖରାପ ପାଗ ଯୋଗୁ ମ୍ୟାଚ୍‌କୁ ଆଗୁଆ ବନ୍ଦ କରାଯାଇଛି।

ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୬ ୱିକେଟ୍‌ ହରାଇ ୨୩୬ ରନ୍‌ କରିଛି। ପିଟର ହ୍ୟାଣ୍ଡସ୍କମ୍ବ ୨୮ ଓ ପ୍ୟାଟ୍‌ କମିନ୍ସ ୨୫ ରନ୍‌ କରି ଅପରାଜିତ ରହିଛନ୍ତି।

କଙ୍ଗାରୁ ଟିମ୍‌ ତା’ର ପ୍ରଥମ ଇନିଂସ୍‌ରେ ଭାରତର ବିଶାଳ ୬୨୨ ରନ୍‌ଠାରୁ ଆହୁରି ୩୮୬ ରନ୍‌ ପଛରେ ରହିଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍‌ ନେଇଛନ୍ତି।

୨୪ ରନ୍‌ରୁ ଆଜିର ଇନିଂସ୍‌ ଆରମ୍ଭ କରିଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦଳୀୟ ସ୍କୋର ୭୨ ବେଳେ ଲାଗିଥିଲା। ଓପନର ଉସମାନ ଖ୍ୱାଜା ୨୭ ରନ୍‌ କରି କୁଲଦୀପ ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ। ଲଞ୍ଚ ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ କିନ୍ତୁ ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ବିଶେଷ କରି କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ପରେ ଗୋଟିଏ ୱିକେଟ୍‌ ନେଇ ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଲଞ୍ଚ ପରେ ଜାଡେଜା ପ୍ରଥମେ ଫର୍ମରେ ଥିବା ମାରକସ୍‌ ହ୍ୟାରିସ୍‌(୭୭)ଙ୍କୁ ଆଉଟ୍‌ କରିଥିଲେ। ପରେ ସେ ଶନ୍‌ ମାର୍ଶ(୮)ଙ୍କୁ ଆଉଟ୍‌ କରି ନିଜର ଦ୍ୱିତୀୟ ୱିକେଟ୍‌ ପାଇଥିଲେ।

ମହମ୍ମଦ ଶାମି ମଧ୍ୟକ୍ରମର ମଙ୍ଗ ସମ୍ଭାଳିଥିବା ମାରନୁସ ଲବୁସାନ(୩୮)ଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। କୁଲଦୀପ ଯାଦବ ଭଲ ବ୍ୟାଟିଂ କରୁଥିବା ଟ୍ରାଭିସ୍‌ ହେଡ୍‌(୨୦)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୧୯୨ ଥିଲା। ଚା’ ପାନ୍‌ ବିରତି ପରେ କୁଲଦୀପ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌(୫)ଙ୍କୁ ଆଉଟ୍‌ କରି ନିଜର ତୃତୀୟ ୱିକେଟ୍‌ ପାଇଥିଲେ।

୧୯୮ ରନ୍‌ ଭିତରେ ୬ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆକୁ ହ୍ୟାଣ୍ଡସ୍କମ୍ବ ଓ ପ୍ୟାଟ୍‌ କମିନ୍ସ ସମ୍ଭାଳିଥିଲେ। ଉଭୟ ୭ମ ୱିକେଟ୍‌ ପାଇଁ ୩୮ ରନ୍‌ ଭାଗୀଦାରି କରି ସ୍ଥିତିକୁ ସାମାନ୍ୟ ସମ୍ଭାଳିଥିଲେ। ଭାରତ ଶେଷ ଭାଗରେ ୱିକେଟ୍‌ ନେବାକୁ ଚେଷ୍ଟା କରିଥିଲେ ହେଁ ପ୍ରଥମେ ବର୍ଷା ହୋଇଥିଲା। ଏହାପରେ ବ୍ୟାଡ୍‌ ଲାଇଟ୍‌ କାରଣରୁ ତୃତୀୟ ଦିନରେ ଆଉ ଖେଳ ସମ୍ଭବ ହୋଇପାରି ନଥିଲା।

ଭାରତ ଏବେ ୪ଟିକିଆ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି।



from Odisha Reporter http://bit.ly/2BXB05m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages