‘ସେଲ୍ଫି ବେବୋ’ଙ୍କ ମୃତ୍ୟୁ ଘଟଣାରେ ଧ୍ରୁବରାଜ୍‌ଙ୍କୁ ପଚରାଉଚରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

‘ସେଲ୍ଫି ବେବୋ’ଙ୍କ ମୃତ୍ୟୁ ଘଟଣାରେ ଧ୍ରୁବରାଜ୍‌ଙ୍କୁ ପଚରାଉଚରା

simranyug

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂ ମୃତ୍ୟୁ ମାମଲାରେ ତାଙ୍କର ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ୍ ସୁନା ଓରଫ୍ ୟୁଗ୍‌ଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା ଚାଲିଛି। ପୋକ୍ସୋ ଆଇନ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ବଲାଙ୍ଗିର ଜିଲ୍ଲା ବେଲପଡ଼ା ପୁଲିସ୍ ତାଙ୍କୁ ଗିରଫ କରିଥିଲା।

ଶୁକ୍ରବାର ବେଲପଡ଼ା ପୁଲିସ୍‌ ଆଗରେ ଧ୍ରୁବ ସ୍ୱୀକାର କରିଥିଲେ ଯେ ସେ ସିମ୍‌ରନ୍‌ଙ୍କୁ ବାହା ହୋଇଥିଲେ।

ଗୁରୁବାର ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମ୍‌ରନ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ତାଙ୍କ ପରିଚୟ ଜଣାପଡ଼ି ନଥିଲା। ତେବେ ତଦନ୍ତ ବେଳେ ସେ ସିମ୍‌ରନ୍‌ ବୋଲି ଜଣାପଡ଼ିଥିଲା। ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିଲା, ତା’ର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ୍ ମେସେଜ୍ ପଠାଇଥିବା କୁହାଯାଉଛି। ଏହି ଅଡିଓଟି ଏବେ ଭାଇରାଲ୍ ହୋଇଛି। କିନ୍ତୁ ସେ ଅଡିଓ ଯେ ସିମ୍‌ରନ୍‌ଙ୍କର ତାହା ସ୍ପଷ୍ଟ ହୋଇନି କିମ୍ବା ପୁଲିସ୍ କିଛି କହିନି।

ଏହି ଅଡିଓରେ କୁହାଯାଉଛି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି।

ସେ ଏଥିରେ ଆହୁରି କହିଛନ୍ତି,“ମୁଁ ନାଟକ କରୁନି। ତୁମେ ଭାବନି ନାଟକ ବୋଲି। ମୁଁ ଭାଙ୍ଗି ଯାଇଛି। ଆଉ ସହି ହେଉ ନାହିଁ। ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇ ଯାଇଥାନ୍ତି। ବିଶ୍ୱାସ କର ମୁଁ ତୁମର ନାଁ ‘ୟୁଗ’ ଲେଖିଛି। ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ। ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ।”

ପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ ଥିଲେ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।

ସିମ୍‌ରନ୍‌ଙ୍କ ପରିବାର ଝାରସୁଗୁଡ଼ାର ଭୁଲିଆଟିକ୍ରାରେ ଏକ ଭଡ଼ା ଘରେ ୪ ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ବାପା ବିଜେନ୍ଦ୍ର ସିଂ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି।

ଗତ ୧୩.୪.୧୮ରେ ସିମ୍‌ରନ୍‌କୁ ଅପହରଣ କରାଯାଇଥିବା ତାଙ୍କ ମା’ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଥାନାରେ ୨୫୬ ଦଫାରେ ଏକ ମାମଲା ବି ରୁଜୁ ହୋଇଥିଲା। ଗତ ୨୮ ଡିସେମ୍ବର ଦିନ ସିମ୍‌ରନ୍‌ ଘରକୁ ଫେରିବା ସହ ଝାରସୁଗୁଡ଼ା ଥାନାରେ ଧ୍ରୁବରାଜଙ୍କ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଏତାଲାକୁ ଭିତ୍ତି କରି ଧ୍ରୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସିମ୍‌ରନ୍‌ ନାବାଳିକା ଥିବାରୁ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଧାରାରେ ମାମଲା ରୁଜୁ ହୋଇଥିବା ଝାରସୁଗୁଡ଼ା ଏସ୍‌ପି କହିଛନ୍ତି।

ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସିମ୍‌ରନ୍‌ଙ୍କ ମା’ ଅଭିଯୋଗ କରିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।



from Odisha Reporter http://bit.ly/2FbKg9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages