
ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଅସୁସ୍ଥ ରହିଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକରଙ୍କୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭେଟିଛନ୍ତି। ସେ ଗୋଆ ବିଧାନସଭାରେ ପହଞ୍ଚି ପାରିକରଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟକଥା ପଚାରି ବୁଝିଛନ୍ତି। ରାହୁଲ ଗାନ୍ଧି ଟ୍ୱିଟ୍ ଜରିଆରେ ଏହି ଭେଟଘାଟ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ଆଜି ସକାଳେ ମୁଁ ବ୍ୟକ୍ତିଗତ ଭାବେ ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କୁ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି।”
ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭଲେକର କହିଛନ୍ତି,“ରାହୁଲ ୫ ମିନିଟ୍ ପାଇଁ ପାରିକରଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କେବଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ପୂର୍ବରୁ ରାଫେଲ ଅଡିଓ କ୍ଲିପ୍କୁ ନେଇ ଯେଉଁ ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା, ଆଜି ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ।
ଏହା ଏକ ପ୍ରାଇଭେଟ୍ ଗସ୍ତ ଥିଲା। ଆସନ୍ତାମାସରେ ରାହୁଲ ଗାନ୍ଧି ଅଫିସିଆଲ୍ ଟ୍ରିପ୍ରେ ଗୋଆ ଆସିବେ। ଏହି ସମୟରେ ସେ ଅଡିଓ କ୍ଲିପ୍ ସମ୍ପର୍କରେ ପାରିକରଙ୍କ ସହ କଥା ହେବେ।”
from Odisha Reporter http://bit.ly/2DEfqF6
No comments:
Post a Comment