ନ୍ୟୁଜିଲ୍ୟାଣ୍ଡରୁ କୁଆଡ଼େ ଗଲେ ବିରାଟ୍‌-ଅନୁଷ୍କା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ନ୍ୟୁଜିଲ୍ୟାଣ୍ଡରୁ କୁଆଡ଼େ ଗଲେ ବିରାଟ୍‌-ଅନୁଷ୍କା?

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ୍‌କୁ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜ୍‌ ଜିତିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଓ ୫ମ ଦିନିକିଆରେ ବିରାଟ୍‌ କୋହଲି ଖେଳିବେ ନାହିଁ ବୋଲି ବିସିସିଆଇ କହିଥିଲା।

ତେଣୁ ତୃତୀୟ ଦିନିକିଆ ପରେ ବିରାଟ୍‌ ଛୁଟି କଟାଇବାକୁ ନ୍ୟୁଜିଲ୍ୟାଣ୍ଡ ଛାଡ଼ିଛନ୍ତି। ତାଙ୍କ ସହ ତାଙ୍କର ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଛାଡ଼ିଛନ୍ତି।

ତେବେ ବିରୁଷ୍କା ଛୁଟି କାଟିବାକୁ କୁଆଡ଼େ ଯାଇଛନ୍ତି? ସେକଥା କେହି କହିପାରୁ ନାହାନ୍ତି। ସମ୍ଭବତଃ ସେମାନେ ଭାରତ ଫେରିବେ। ଭାରତରେ ହିଁ ଉଭୟ ପରସ୍ପର ସହ ସମୟ କାଟିବେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଛାଡ଼ିବା ପୂର୍ବରୁ ବିରୁଷ୍କା ଏୟାରପୋର୍ଟରୁ ଏକ ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି।

ବିରାଟ୍‌ ଏହି ଫଟୋକୁ ଟ୍ୱିଟରରେ ଛାଡ଼ିବା ସହ “ ଆୱେ ୱି ଗୋ’ ବୋଲି ଲେଖିଛନ୍ତି। ଏହି ଫଟୋଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉଭୟ ଏହି ଫଟୋରେ ବେଶ ଖୁସି ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ବିରାଟ୍‌ଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ଅବଶିଷ୍ଟ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌ର ନେତୃତ୍ୱ ନେବେ।



from Odisha Reporter http://bit.ly/2TlpQ1V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages