ଗୋଟିଏ ପରିବାରର ୫ ଜଣଙ୍କ ରହସ୍ୟଜନକ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଗୋଟିଏ ପରିବାରର ୫ ଜଣଙ୍କ ରହସ୍ୟଜନକ ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଗୋଟିଏ ରୁମ୍‌ରୁ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ଜଣ ମହିଳା ଏବଂ ୨ ଜଣ ଶିଶୁ ରହିଛନ୍ତି। ଏମାନେ ଯେଉଁ ରୁମରେ ଶୋଇଥିଲେ, ସେଠାରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଏହି ପରିବାର ଲୋକଙ୍କ ଘର କୁପୱାଡାରେ ହୋଇଥିବା ବେଳେ ସେମାନେ ଶ୍ରୀନଗରର ମନସୁର କଲୋନୀରେ ଭଡ଼ାରେ ରହୁଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ବିଷାକ୍ତ ଗ୍ୟାସ୍‌ ଯୋଗୁ ଶ୍ୱାସରୁଦ୍ଧ ହୋଇ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। କିନ୍ତୁ ପୁଲିସ୍‌ ଏନେଇ କୌଣସି ସୂଚନା ଦେଇନାହିଁ। ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ଏହି ଘଟଣାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗଭୀର ଶୋକବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2C2v5ME

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages