
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ବହୁତ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ସ୍ୱଭାବ ବିଷୟରେ ଜଣିବା ପାଇଁ ଭାରି ଆଗ୍ରହୀ ଥାନ୍ତି। ବିଶେଷ କରି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ନିଜର ରାଶି ଅନୁସାରେ ସ୍ୱଭାବ ଓ ଭବିଷ୍ୟତ ଜାଣିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ବ୍ୟକ୍ତିର ସ୍ୱଭାବ ମଧ୍ୟ ଆପଣଙ୍କ ଘରର ପରିବେଶ ଉପରେ ପ୍ରଭାବ ପକାଇଥାଏ ବୋଲି ଶାସ୍ତ୍ର କୁହେ। ଏଣୁ ଏଭଳି ଜିଜ୍ଞାସୁ ହେବା ସ୍ୱାଭାବିକ୍।
ଯଦି ଆପଣଙ୍କ ଜନ୍ମ ଜାତକରେ ଗ୍ରହମାନଙ୍କର ଦିଗ ବଦଳେ, ତେବେ ଆପଣଙ୍କ ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଜନ୍ମ, ବାର, ତିଥି, ନକ୍ଷତ୍ର ଓ ସମୟରୁ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଅନେକ କଥା ଜାଣିହୁଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦିନରେ ଜନ୍ମ ହୋଇଥିବା ଓ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବରେ ପାର୍ଥକ୍ୟ ରହିଛି।
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାନ୍ତି। ସେମାନଙ୍କ ସମସ୍ତ କଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲୁଚି ରହିଥାଏ। ଏପରି ବ୍ୟକ୍ତିଙ୍କୁ ଦାର୍ଶନିକ ବୋଲି ମଧ୍ୟ କୁହାଯାଏ। ଏମାନେ ଲେଖକ ମଧ୍ୟ ହୋଇପାରନ୍ତି। ଏମାନଙ୍କର ଚିନ୍ତା ଅଧିକ କାଳ୍ପନିକ ହୋଇଥାଏ। ସମସ୍ତ କଥାକୁ ଧ୍ୟାନର ସହିତ ଶୁଣି ଏମାନେ ମନେ ରଖିଥାନ୍ତି। ଏହା ସହିତ ଏମାନେ ଗୋଟିଏ କାମକୁ ବାରମ୍ୱାର ଶୁଣିବା କାରଣରୁ ସଫଳତା ମଧ୍ୟ ପାଇଥାନ୍ତି। ପରୋକ୍ଷରେ କହିଲେ ଏମାନେ ସାଙ୍ଗୀତିକତାକୁ ଭଲ ପାଇଥାନ୍ତି।
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି କୌଣସି ଘଟଣା ଘଟିବା ପୂର୍ବରୁ ପୂର୍ବାଭାସ ବାରି ପାରନ୍ତି। ଏମାନେ ଯେ କୌଣସି ସମସ୍ୟାର ସମାଧାନ କରିବାର କ୍ଷମତା ରଖନ୍ତି।
ରାତିରେ ଜନ୍ମିତ ବ୍ୟକ୍ତି କିଛି ତଥ୍ୟର ଆଲୋଚନା ପସନ୍ଦ କରିଥାନ୍ତି। ସଭା ସମିତିରେ ଭାଷଣ ଦେବାର କଳା ଏମାନଙ୍କର ରହିଛି। ରାତିରେ ଜନ୍ମ ହେବା ଯୋଗୁ ଏମାନେ ସମସ୍ତଙ୍କୁ ନିଜର ବନ୍ଧୁ ଭାବେ ଗ୍ରହଣ କରିଥାନ୍ତି। ଅଧିକ ସାଙ୍ଗ କରିବା ଯୋଗୁ ଏମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି।
from Odisha Reporter http://bit.ly/2AvQz4B
No comments:
Post a Comment