ବଳି ପଡ଼େ ବୋଦା, ମନ ପାଇଲେ ଧାଙ୍ଗିଡି ପାଏ ମନଲାଖି ବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବଳି ପଡ଼େ ବୋଦା, ମନ ପାଇଲେ ଧାଙ୍ଗିଡି ପାଏ ମନଲାଖି ବର

କଳାହାଣ୍ଡି(ଇଙ୍ଗୀତ ପଣ୍ଡା): ଆଦିବାସୀ ପର୍ବଟିଏ। ନାଁ ତାର ‘ଟୋକିମରା’। ଶୁଣି ଅଜବ ଲାଗୁଥିବ। ହେଲେ ପଶ୍ଚିମ ଓଡ଼ିଶା କଳାହାଣ୍ଡିର ବିଭିନ୍ନ ଜଙ୍ଗଲାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଏହା ପ୍ରମୁଖ ପର୍ବଟିଏ। ଜାଣିଛନ୍ତି ଏହି ପର୍ବର ଅର୍ଥ କ’ଣ ?

‘ଟୋକି’ ଆଉ ‘ମରା’, ଏହି ଦୁଇ ଶବ୍ଦକୁ ନେଇ ସୃଷ୍ଟି ହୋଇଛି ଟୋକିମରା ପର୍ବ।

ସ୍ଥାନୀୟ ଅଧିବାସୀଙ୍କ ମତରେ ଟୋକି ଅର୍ଥାତ୍‌ କୁମାରୀ ଝିଅ ଓ ମରା ଅର୍ଥାତ୍‌ ହତ୍ୟା କରିବା। ଏହି ଦୁଇ ଶବ୍ଦରୁ ଏହି ପରମ୍ପରାଟି ସୃଷ୍ଟି ବୋଲି କୁହାଯାଏ। ପୂର୍ବରୁ ଏହି ପୌଷମାସର ଜଣେ କୁମାରୀ ଝିଅକୁ ବଳି ଦେଇ ତାର ମାଂସ ମାଟିରେ ପୋତାଯାଉଥିଲା, ଯାହାକି ସମୟକ୍ରମେ ବନ୍ଦ ହୋଇଯାଇଛି। ଏବେ ଗୋଟିଏ ବୋଦା ବଳି ଦିଆଯାଇ ଏହି ପର୍ବ ପାଳନ କରାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ବୋଦାଟିକୁ ଝିଅର ନାଁ ଦେଇ ବଳି ଦିଆଯାଇଥାଏ।

ଆଦିବାସୀଙ୍କ ଏହି ପରମ୍ପରାର ରଙ୍ଗ, ଢଙ୍ଗରେ କିଛିଟା ପରିବର୍ତ୍ତନ ହୋଇଛି ସତ ତଥାପି ଏହି ପ୍ରାଚୀନ ପ୍ରଥାଟି ଆଜି ବି ବଞ୍ଚି ରହିଛି।

କୁହାଯାଏ, ଆଦିବାସୀଙ୍କ ସମ୍ପର୍କ ମାଟି ମା’ ସହିତ ଖୁବ୍‌ ଅତି ନିବିଡ଼। ଏହି ମାଟି ମା’କୁ ସନ୍ତୁଷ୍ଟ କରିବା ପାଇଁ ଏଠାରେ ଆଦିବାସୀମାନେ ମାଟି ମା’କୁ ଏମିତି ନିଆରା ଢଙ୍ଗରେ ଶ୍ରଦ୍ଧା ସମର୍ପଣ କରନ୍ତି।  କଳାହାଣ୍ଡିର ବିଭିନ୍ନ ଆଦିବାସୀ ଗାଁରେ ପ୍ରତି ୭ ରୁ ୧୨ ବର୍ଷରେ ଥରେ ପାଳିତ ହୁଏ ଟୋକିମରା ।

କ’ଣ ରହିଛି ପରମ୍ପରା

ଟୋକିମରା ପର୍ବ ଯେଉଁ ଗାଁରେ ପାଳିତ ହୁଏ ସେହି ଗାଁର ଆଖପାଖର ଆଦିବାସୀ ଗାଁଗୁଡିକୁ ନିମନ୍ତ୍ରଣ ଦିଆଯାଇଥାଏ। ଗାଁର ଜାନି ତଥା ପୂଝାରୀ ଘରୁ ଦେବ ଦେବୀଙ୍କ ପାଖରେ ସମର୍ପଣ କରିବାକୁ ଥିବା ବୋଦାକୁ ସମଗ୍ର ଗାଁରେ ପରିକ୍ରମା କରାଇବା ପରେ ଯେଉଁ ପଡ଼ିଆରେ ପର୍ବ ଅନୁଷ୍ଠିତ ହୋଇଥାଏ ସେଠାରେ ପହଞ୍ଚାଯାଇଥାଏ।

ପରେ ସେଠାରେ ମାଟି, ମା’ଙ୍କୁ ଏହି ବୋଦାକୁ ଅର୍ପଣ କରିବା ପରେ ମାଂସ ନେବା ପାଇଁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ପରମ୍ପରା ଅନୁଯାୟୀ ଯିଏ ନିଜର ଅସ୍ତ୍ର ଶସ୍ତ୍ର ଧରି ଏହି ମାଂସକୁ ଟାଣି ଆଣିଥାଏ ସେ ପାରିବାର ଲୋକ ବୋଲି ଧରି ନିଆଯାଏ।

ଏଥିପାଇଁ ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ବାଦ୍ୟର ତାଳେ ତାଳେ ନାଚିବା ସହ ସଶସ୍ତ୍ର ଶୋଭାଯାତ୍ରା କରି ନିଜର ପାରିବା ପଣିଆର ଛାପ ଛାଡିଥାନ୍ତି। ବିଶ୍ୱାସ ରହିଛି ଏହି ମାଂସକୁ ନେଇ ନିଜର ଗାଁର ଈଷ୍ଟଦେବୀଙ୍କ ପାଖରେ ତଥା ଜମିରେ ପୋତିଲେ ବିଭିନ୍ନ ଦୁଖକଷ୍ଟ ନିବାରଣ ହେବା ସହ ଭଲଚାଷ ହୋଇଥାଏ।

ଧାଙ୍ଗିଡି ଝୋଲା

ଟୋକିମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗଡି ଝୋଲା। ଏହିଦିନ ଖୁସି ମାନନ୍ତି ଆଦିବାସୀ। ଗାଁର ବୟୋଜେଷ୍ଠ ବ୍ୟକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି(ଅବିବାହିତ ଯୁବତୀ, ଯୁବକ) ତଥା ଅବିବାହିତ ପୁରଷ ଓ ମହିଳା। ସମସ୍ତଙ୍କୁ ସେଦିନ ଖଟରେ ଝୁଲାଇ ନଚାଯାଏ। ବିଶ୍ୱାସ ରହିଛି ଏହିଦିନ କୌଣସି ଆଦିବାସୀ ପିଲା କୌଣସି ଟୋକି ବା ଝିଅକୁ ଯଦି ନେଇ ପଳାଏ ତଥା ଦୁହିଁଙ୍କ ଇଚ୍ଛାରେ ଗଲେ ସେମାନଙ୍କୁ ସମାଜ ପତିପତ୍ନୀର ମର୍ଯ୍ୟାଦା ଦେଇଥାଏ। ବିଭିନ୍ନ ଗାଁରେ ପୁଷପୁନିରେ ପାଳିତ ହେଉଥିବା ଏହି ପର୍ବର ସ୍ୱତନ୍ତ୍ରତା ପାଇଁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।

ଏଥର ମଧ୍ୟ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର, କୋକସରା, ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଆଦିବାସୀ ପଲ୍ଲିରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଛି।

 

 



from Odisha Reporter http://bit.ly/2R5UJp6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages