ବୋର୍ଡ ଏକାଦଶ ଦଳରେ ଓଡ଼ିଶାର ରାଜେଶ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ବୋର୍ଡ ଏକାଦଶ ଦଳରେ ଓଡ଼ିଶାର ରାଜେଶ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ରଣ୍‌ଜୀ ଦଳର ସଦସ୍ୟ ତଥା ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପାଇଥିବା ରାଜେଶ ମହାନ୍ତି ବିସିସିଆଇର ବୋର୍ଡ ସଭାପତି ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ସେ ବର୍ତ୍ତମାନ ଭାରତ ଗସ୍ତରେ ଥିବା ଇଂଲଣ୍ଡ ଲାୟନ୍ସ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଘୋଷିତ ଏକ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି।

ଚଳିତ ରଣ୍‌ଜୀରେ ହିଁ ପ୍ରଥମ ଶ୍ରେଣୀ କ୍ୟାରିଅର ଆରମ୍ଭ କରିଥିବା ରାଜେଶ ୮ଟି ମ୍ୟାଚ୍‌ ଖେଳି ୪୦ଟି ୱିକେଟ୍‌ ନେଇଛନ୍ତି। ଆସାମ ବିରୋଧରେ ଦୁଇଟି ଇନିଂସ୍‌ରେ ସେ ଯଥାକ୍ରମେ ୫ଟି ଓ ୬ଟି ୱିକେଟ୍‌ ନେଇ ମୋଟ ୧୧ଟି ୱିକେଟ୍‌ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହି ସ୍ପେଲ ତାଙ୍କ କ୍ୟାରିଅର୍‌ର ଶ୍ରେଷ୍ଠ।

ସେ ବାଂଲାଦେଶର ଢାକାଠାରେ ଖେଳାଯାଇଥିବା ଏସିଆ କପ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ପାଇଁ ବ୍ଲୁ କ୍ୟାପ୍‌ ପିନ୍ଧି ସାରିଥିବା ଏହି ଯୁବ ଓଡ଼ିଆ ପ୍ରତିଭାଙ୍କ ଜନ୍ମ ନୟାଗଡ଼ ଜିଲ୍ଲା ତୁଳସୀପୁରରେ। ସେ ପ୍ରଥମେ ଟେନିସ୍‌ ବଲ୍‌ କ୍ରିକେଟ୍‌ ଖେଳୁଥିଲେ ଏବଂ ପରେ ବିଧିବଦ୍ଧଭାବରେ କ୍ରିକେଟ କ୍ୟାରିଅର ଆରମ୍ଭ କରି କଳାହାଣ୍ଡି କପ୍‌ରେ ଖେଳିଥିଲେ।

ଏହାପରେ ସେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂରେ ଦୀପକ ମଙ୍ଗରାଜଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ସେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ମଧ୍ୟ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଛନ୍ତି।



from Odisha Reporter http://bit.ly/2FDyXIi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages