ମଦଭାଟି ମ୍ୟାନେଜରଙ୍କୁ ଗୁଳିକରି ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ମଦଭାଟି ମ୍ୟାନେଜରଙ୍କୁ ଗୁଳିକରି ଲୁଟ୍‌

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମଦଭାଟି ମ୍ୟାଜେନରଙ୍କ ଉପରକୁ ଗୁଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଫଳରେ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସମ୍ୱଲପୁର ଜିଲ୍ଲା ସଇଁନ୍ତଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆମ୍‌ପାଲି ମଦ ଭାଟି ମ୍ୟାନେଜର ନଗେନ୍ଦ୍ର ପ୍ରସାଦ ଗୁପ୍ତା ଓ ତାଙ୍କର ଦୁଇ ଜଣ ସାଙ୍ଗ ସଇଁନ୍ତଳା ଥାନା ଅଞ୍ଚଳରେ ଥିବା ବିଭିନ୍ନ ମଦଭାଟିରୁ ୩ ଲକ୍ଷ ଟଙ୍କା କଲେକ୍‌ସନ୍‌ କରି ଆଣୁଥିଲେ। ଗଣ୍ଡପାତ୍ରାପାଲି ଗାଁ ନିକଟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ବାଡ଼ିରେ ପିଟିବା ସହିତ ଗୁଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ରାସ୍ତା ସିଲ୍‌ କରି ତଲାସି ଅଭିଯାନ ଚଳାଇଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।



from Odisha Reporter http://bit.ly/2FNmaC0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages