ବାବୁ ଏବେବି ବିଜେଡି ନେତାଙ୍କ ଗଳାର ମାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ବାବୁ ଏବେବି ବିଜେଡି ନେତାଙ୍କ ଗଳାର ମାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଜଣେ ମେଡିକାଲ ବାବୁ ଏବେ ବି କିଛି ବିଜେଡି ନେତାଙ୍କ ଗଳାର ମାଳି ହୋଇ ରହିଥିବା ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜ୍ୟ ସରକାରଙ୍କ ଏକ ବିଭାଗ ଅଧୀନରେ କାର୍ଯ୍ୟ କରି ଗତ ଦୁଇବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିଲ୍ ଜାଲିଆତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ମେଡିକାଲ ବାବୁ ଜଣକ ଏବେ କୁଆଡ଼େ ପୁଣିଥରେ ବିଜେଡିରେ ନିଜର ପୁରୁଣା ଫର୍ମ ଫେରିପାଇଛନ୍ତି।

ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀ ଓ ଦୁଇଜଣ ଯୁବ ବିଧାୟକଙ୍କର ଅତ୍ୟନ୍ତ ଖାସ୍ ଭାବେ ପରିଚିତ ଏହି ଗଳାର ମାଳି କୁଆଡ଼େ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଭାରତ ସରକାରଙ୍କ ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ସେହି ପୂର୍ବତନ ଯୁବମନ୍ତ୍ରୀ ଓ ଉପକୂଳ ଜିଲ୍ଲାର ଦୁଇ ଯୁବ ବିଧାୟକଙ୍କ ସହ ତାଙ୍କୁ କୁଆଡ଼େ ଦେଖିବାକୁ ମିଳିଥିଲା। ଏହି ଗଳାର ମାଳି ପାଇଁ ପୂର୍ବରୁ ସମ୍ପୃକ୍ତ ୩ ଯୁବନେତା ବିବାଦୀୟ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜର ପ୍ରଭାବ ମାଧ୍ୟମରେ ଏହି ଯୁବନେତାମାନେ କୁଆଡ଼େ ସେମାନଙ୍କର ଗଳାର ମାଳିଙ୍କୁ ସରକାରୀ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଇଥିଲେ। ଏପରିକି ସମ୍ପୃକ୍ତ ମେଡିକାଲ ବାବୁଙ୍କ ଚାକିରି ଯାଉଯାଉ ରହିଗଲା।

ଏହି ଯୁବନେତାମାନଙ୍କର ବିଭିନ୍ନ ‘କଳା’ କାରନାମାର ଏହି ବାବୁ କୁଆଡ଼େ ଏକମାତ୍ର ମୂକସାକ୍ଷୀ ହୋଇଥିବାରୁ ସେମାନେ କିଛିଦିନର ବିରାମ ପରେ ପୁଣିଥରେ ତାଙ୍କୁ ନିଜ ସହ ନେଇଛନ୍ତି। ଦିଲ୍ଲୀରେ ଚାଷୀ ସମାବେଶର ପ୍ରସ୍ତୁତି ନାଁରେ ପଞ୍ଚତାରକା ହୋଟେଲରେ ଅୟସ କରିଥିବା ଜଣେ ଯୁବ ବିଧାୟକଙ୍କ ଛାଇ ଭଳି କୁଆଡ଼େ ଏହି ବାବୁ ଜଣକ ରହିଥିଲେ। ଗତ ଦୁଇବର୍ଷ ପୂର୍ବରୁ ଏହି ମେଡିକାଲ ବାବୁ ଏତେ ବିବାଦୀୟ ଓ ବଦନାମ ହୋଇଥିଲେ ମଧ୍ୟ ପୁଣିଥରେ ସମ୍ପୃକ୍ତ ୩ ନେତା ଓ ତାଙ୍କ ମଧ୍ୟରେ ଘନିଷ୍ଠତା ଗଢ଼ିଉଠିବାକୁ ନେଇ ଏବେ ଚର୍ଚ୍ଚା ।



from Odisha Reporter http://bit.ly/2CfiqGf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages