KGF ହିରୋଙ୍କୁ ଭେଟି ନ ପାରି ନିଜକୁ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

KGF ହିରୋଙ୍କୁ ଭେଟି ନ ପାରି ନିଜକୁ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇଲେ ଫ୍ୟାନ୍‌

ମୁମ୍ୱାଇ:କନ୍ନଡ୍‌ ଫିଲ୍ମ KGF ବର୍ତ୍ତମାନ୍‌ ସାରାଦେଶରେ ସୁପର୍‌ହିଟ୍‌ ହୋଇଛି। ଏହାର କାରଣ ହେଉଛି କନ୍ନଡ୍‌ ସୁପର୍‌ଷ୍ଟାର୍‌ ୟଶ୍‌। ୟଶ୍‌ଙ୍କର ଅଭିନୟକୁ ଦର୍ଶକେ ପ୍ରଶଂସା କରିବା ସହିତ ପସନ୍ଦ ମଧ୍ୟ କରୁଛନ୍ତି। ୮ ଜାନୁଆରୀରେ ଅଭିନେତା ୟଶ୍‌ଙ୍କର ଜନ୍ମଦିନ ଥିଲା। ଏହି ଅବସରରେ ୟଶ୍‌ଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଦେଖା ନ କରି ପାରିବାରୁ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି।
ରିପୋର୍ଟ ଅନୁସାରେ, ରବି ନାମକ ଜଣେ ୨୬ ବର୍ଷର ଯୁବକ ୟଶ୍‌ଙ୍କର ବଡ଼ ଫ୍ୟାନ୍‌ ଥିଲେ। ସେ ଏକ ଗାର୍‌ମେଣ୍ଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଜନ୍ମଦିନରେ ୟଶ୍‌ଙ୍କୁ ଦେଖା କରିବା ପାଇଁ ରବି ଚେଷ୍ଟା କରିଥିଲେ। ଏଥିପାଇଁ ସେ ୟଶ୍‌ଙ୍କ ଘର ପାଖରେ ଅନେକ ସମୟ ଧରି ବୁଲାବୁଲି କରିଥିଲେ। ବାରମ୍ୱାର ଚେଷ୍ଟା କରିବା ପରେ ରବି KGF ଷ୍ଟାର୍‌ ୟଶ୍‌ଙ୍କ ଘର ଭିତରେ ପ୍ରବେଶ କରିପାରିଲେ ନାହିଁ।

ଏଥିରେ ନିରାଶ ହୋଇ ରବି ତାଙ୍କ ଘର ବାହାରେ ହିଁ ପେଟ୍ରୋଲ୍‌ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣା ସମୟରେ ଆଖପାଖରେ ଥିବା ଲୋକ ରବିଙ୍କ ଉପରେ କମ୍ୱଳ ପକାଇ ଭିକ୍ଟୋରିଆ ହସ୍ପିଟାଲ୍‌ରେ ନେଇ ଯାଇଥିଲେ। କିନ୍ତୁ ମେଡିକାଲ ଯିବା ବେଳକୁ ବିଳମ୍ୱ ହୋଇ ସାରିଥିଲା। ରବିଙ୍କ ଶରୀରର ୭୦ ପ୍ରତିଶତ ଜଳି ସାରିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ ୟଶ୍‌ଙ୍କ ଜନ୍ମଦିନରେ ରବି ପ୍ରତିବର୍ଷ ତାଙ୍କ ଘର ବାହାରେ ୟଶଙ୍କ ସହିତ ସେଲ୍‌ଫି ନେଇଥାନ୍ତି। ଚଳିତ ବର୍ଷ ଅଭିନେତା ଅମ୍ୱରୀଶଙ୍କ ମୃତ୍ୟୁ ଯୋଗୁ ୟଶ୍‌ ନିଜର ଜନ୍ମଦିନ ପାଳନ କରି ନ ଥିଲେ। ଏଥିପାଇଁ ସେ ତାଙ୍କର ଫ୍ୟାନ୍‌ଙ୍କୁ ଦେଖା କରିପାରିଲେ ନାହିଁ।

ରବିଙ୍କର ଆତ୍ମହତ୍ୟା ବିଷୟରେ ଜାଣିବା ପରେ ୟଶ୍‌ ରବିଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ୍‌ ଯାଇଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ଏହି ଦୁଃଖଦ ଘଟଣା ପରେ ୟଶ୍‌ କହିଛନ୍ତି, “ରବି ମୋର ଜନ୍ମଦିନରେ ସେଲ୍‌ଫି ଉଠାଇଥାଏ। ହେଲେ ରବିଙ୍କର ଏମିତି ଏକ ଚରମ ପଦକ୍ଷେପ ମତେ ଖୁବ୍‌ ମର୍ମାହତ କରିଛି। ମୁଁ ମୋର ଫ୍ୟାନ୍‌ମାନଙ୍କୁ ନିବେଦନ କରୁଛି ଯେ, ସେମାନେ ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ।

ଜନ୍ମଦିନର କିଛି ଦିନ ପୂର୍ବରୁ ମୁଁ ଏକ ଭିଡିଓ ଜାରି କରି କହିଥିଲି ଯେ, ଏହି ବର୍ଷ ଜନ୍ମଦିନ ସେଲିବ୍ରେଟ୍‌ କରିପାରିବି ନାହିଁ। ଏହା ବହୁତ ଦୁଃଖର ବିଷୟ।“
ହସ୍ପିଟାଲ୍‌ରେ ରବିଙ୍କର ଚିକିତ୍ସା କରୁଥିବା ଏଚ୍‌ଓଡି ଡାକ୍ତର କେଟି କମଲେଶ କହିଛନ୍ତି, ମୃତ୍ୟୁର ଶେଷ ପର୍ଯ୍ୟନ୍ତ ମଧ୍ୟ ରବି ୟଶ୍‌ଙ୍କ ବିଷୟରେ ହିଁ କଥା ହେଉଥିଲେ। ଯେବେ ଆମେ ତାଙ୍କର ଡ୍ରେସିଙ୍ଗ୍‌ କରୁଥିଲୁ, ରବି ପଚାରିଥିଲେ, ‘କ’ଣ ୟଶ୍‌ ତାଙ୍କୁ ଦେଖା କରିବାକୁ ଆସିବେ ?



from Odisha Reporter http://bit.ly/2H62f3P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages