ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ ପାଇଁ ତାରିଖ ଘୋଷଣା କଲା ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ ପାଇଁ ତାରିଖ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଆସନ୍ତା ୧୨ ତାରିଖରୁ ଘରୋଇ ଦଳ ବିକ୍ଷରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ୧୫ ତାରିଖରେ ଦ୍ୱିତୀୟ ମ୍ୟାଚ୍‌ ଥିବା ବେଳେ ୧୮ ତାରିଖରେ ତୃତୀୟ ତଥା ସିରିଜ୍‌ର ଶେଷ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପୁଣିଥରେ ଫେବୃଆରୀ ୨୪ରୁ ଟି-୨୦ ଓ ଦିନିକିଆ ସିରିଜ୍‌ ଆରମ୍ଭ। ତେବେ ଏଥର ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ଏନେଇ ଆଜି ବିସିସିଆଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୪ରୁ ମ୍ୟାଚ୍‌ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଏହି ଗସ୍ତ ସମୟରେ ୨ଟି ଟ୍ୱେଣ୍ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୪ରେ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ଦ୍ୱିତୀୟ ଟି-୨୦ ଫେବୃଆରୀ ୨୭ ବିଶାଖାପଟନମ୍‌ରେ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ମାର୍ଚ୍ଚ ୨ରୁ ୧୩ ଯାଏ ୫ଟିକିଆ ଦିନିକିଆ ସିରିଜ୍‌ ଖେଳାଯିବ। ମାର୍ଚ୍ଚ ୨ରେ ହାଇଦ୍ରାବାଦ, ୫ରେ ନାଗପୁର, ୮ରେ ରାଞ୍ଚି, ୧୦ରେ ମୋହାଲି ଓ ଶେଷ ଦିନିକିଆଟି ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୭ରେ ଭାରତ ଗସ୍ତରେ ଆସି ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିଥିଲା। ଭାରତ ୪-୧ରେ ଦିନିକିଆ ସିରିଜ୍‌କୁ ଜିତିଥିବା ବେଳେ ଟି-୨୦ ସିରିଜ୍‌ ୧-୧ରେ ଡ୍ର ରହିଥିଲା।



from Odisha Reporter http://bit.ly/2FmbA5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages