
ମୁମ୍ବାଇ: ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ପରଦାକୁ ଆସିବ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’। ଏହି ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ର କଥାବସ୍ତୁ ଉପରେ ଆଧାରିତ। ଫିଲ୍ମ୍ର ଲିଡ୍ ରୋଲ୍ରେ ନଜର ଆସିବେ ବଲିଉଡ୍ର ଭର୍ସାଟାଇଲ ଆକ୍ଟର୍ ଅନୁପମ ଖେର୍।
୨୦୦୪ରୁ ୨୦୧୪ ମଧ୍ୟରେ ଭାରତର ରାଜନୀତିକ ପରିବେଶ ଏବଂ ଏହି ସମୟ ଭିତରେ ଘଟିଥିବା କିଛି ବିଷୟ ଏଥିରେ ଦର୍ଶାଯାଇଛି। ରାଜନୀତିକ କାହାଣୀ ଓ ନିର୍ମାଣ ଆରମ୍ଭରୁ ଫିଲ୍ମକୁ ନେଇ କିଛି ବାଦ-ବିବାଦ ସୃଷ୍ଟି ହୋଇଥିବାରୁ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ର ରିଲିଜ୍କୁ ନେଇ ଦର୍ଶକ ମହଲରେ ବେଶ୍ ଉତ୍କଣ୍ଠା ରହିଛି। 
ମୁଭିରେ ଅନୁପମ ଖେର୍ ମନମୋହନ ସିଂହଙ୍କ ଭୂମିକାରେ ଥିବାବେଳେ ସୋନିଆ ଗାନ୍ଧିଙ୍କ ଚରିତ୍ରରେ ସୁଜୈନ ବର୍ନଟ, ରାହୁଲ ଗାନ୍ଧିଙ୍କ ଭୂମିକାରେ ଅର୍ଜୁନ ମାଥୁର, ପ୍ରିୟଙ୍କା ଗାନ୍ଧିଙ୍କ ଚରିତ୍ରରେ ଆହନା କୁମରା ଏବଂ ସଂଜୟ ବାରୁଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ। ଫିଲ୍ମର ଟ୍ରେଲର୍କୁ ନେଇ ପୂର୍ବରୁ ବିବାଦ ଦେଖା ଦେଇଥିଲା। ଏବେ ଫିଲ୍ମର କାହାଣୀକୁ ନେଇ ସସ୍ପେନ୍ସ ରହିଛି । କିଛି ମହଲ କହୁଛନ୍ତି, ଆଗାମୀ ଇଲେକ୍ସନ୍ ପାଇଁ ଭାରତୀୟ ଜନତା ପାର୍ଟି ଷ୍ଟ୍ରାଟେଜିର ଏହି ଫିଲ୍ମଟି ଏକ ଅଂଶବିଶେଷ। ଅଭିଯୋଗ ହୋଇଛି, ଫିଲ୍ମରେ ଦେଶର ବଡ଼ ବଡ଼ ରାଜନେତାଙ୍କ ପ୍ରତିଛବିକୁ ମଳିନ କରିବାକୁ ଉଦ୍ୟମ କରାଯାଇଛି। ଏପରି ଏକ ଅଭିଯୋଗର ଆଧାରରେ ଗତ ମଙ୍ଗଳବାର ବିହାରର ଏକ କୋର୍ଟ ଅନୁପମ୍ ଖେର୍ଙ୍କ ସମତେ ଫିଲ୍ମର ଅନ୍ୟ ୧୩ କଳାକାରଙ୍କ ବିରୋଧରେ ମାମାଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2FnNJ4U
No comments:
Post a Comment