ଇନ୍ଦିରା ଗାନ୍ଧିଙ୍କ କେଉଁ ଗୁଣ ଆଣିଛନ୍ତି ନାତୁଣୀ ପ୍ରିୟଙ୍କା, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଇନ୍ଦିରା ଗାନ୍ଧିଙ୍କ କେଉଁ ଗୁଣ ଆଣିଛନ୍ତି ନାତୁଣୀ ପ୍ରିୟଙ୍କା, ପଢ଼ନ୍ତୁ

ନୂଆଦିଲ୍ଲୀ: ଶେଷରେ ରାଜନୈତିକ ମଇଦାନକୁ ସିଧାସଳଖ ଲମ୍ଫ ମାରିଛନ୍ତି ସୋନିଆ ତନୟା ପ୍ରିୟଙ୍କା ଗାନ୍ଧି। ଆଗରୁ କଂଗ୍ରେସର ପରଦା ପଛର ନାୟିକା ଥିବା ପ୍ରିୟଙ୍କା ଏବେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି। ଗାନ୍ଧି ପରିବାରରେ ଭାଇ ରାହୁଲ ଗାନ୍ଧିଙ୍କ ଅପେକ୍ଷା ଭଉଣୀ ପ୍ରିୟଙ୍କାଙ୍କୁ ନେଇ ବେଶୀ ଚର୍ଚ୍ଚା ହୁଏ। । କଂଗ୍ରେସର ଷ୍ଟାର କ୍ୟାମ୍ପେନର ଭାବେ ପରଚିତ ପ୍ରିୟଙ୍କା ନିଜ ଭାଇ, ମା’ ଓ ଦଳୀୟ ନେତାଙ୍କ ପାଇଁ ପ୍ରଚାର କରି ଆସିଛନ୍ତି ପ୍ରିୟଙ୍କା। ଏବେ ତାଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ତାଙ୍କୁ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। କଂଗ୍ରେସରେ ପ୍ରିୟଙ୍କାଙ୍କୁ ଷ୍ଟାର କ୍ୟାମ୍ପେନର୍‌ ଭାବେ ବିବେଚନା କରାଯାଏ। ସବୁଠୁ ଖାସ୍‌କଥା ହେଉଛି, ପ୍ରିୟଙ୍କାଙ୍କ ପାଖରେ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର କିଛି ଗୁଣ ଥିବା ଚର୍ଚ୍ଚା ହୁଏ।

ତେବେ ଆସନ୍ତୁ ପ୍ରିୟଙ୍କାଙ୍କ ଜୀବନର କିଛି ଖାସ୍‌ ଘଟଣା ଉପରେ ନଜର ପକାଇବା। ପ୍ରିୟଙ୍କା ଗାନ୍ଧିଙ୍କ ଜନ୍ମ ୧୨ ଜାନୁଆରୀ ୧୯୭୨ରେ ହୋଇଥିଲା। ୪୭ ବର୍ଷୀୟ ପ୍ରିୟଙ୍କା ନିଜ ପାରିବାରିକ, ସାମାଜିକ ଓ ରାଜନୈତିକ ଜୀବନରେ ଅନେକ କିଛି ଘଟଣା ଦୁର୍ଘଟଣାକୁ ସାମ୍ନା କରିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ନାତୁଣୀ ପ୍ରିୟଙ୍କାଙ୍କ ମୁଖମଣ୍ଡଳରେ ଇନ୍ଦିରାଙ୍କ ଚେହେରାର ଛାପ ରହିଛି ବୋଲି ଚର୍ଚ୍ଚା ହୁଏ। ପ୍ରିୟଙ୍କା ଗାନ୍ଧି ନିଜର ପାଠପଢ଼ା ନୂଆଦିଲ୍ଲୀରେ ଶେଷ କରିଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନରେ ଗ୍ରାଜୁଏସନ୍ କରିଛନ୍ତି।

ଭାଇ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରିୟଙ୍କା ୨ ବର୍ଷ ବଡ଼। ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ପରେ ତୁରନ୍ତ ତାଙ୍କ ସ୍କୁଲ ଯିବା ବନ୍ଦ କରାଯାଇଥିଲା ଓ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ସେ ନିଜ ଘରେ ସ୍କୁଲ ପାଠ ପଢ଼ିବା ଆରମ୍ଭ କରିଥିଲେ। ଦିନେ ପ୍ରିୟଙ୍କା ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ସହ ଜେଜେ ମା’ଙ୍କର କିଛି ଗୁଣ ଖାପ୍‌ ଖାଉଛି ।

ଇନ୍ଦିରା ଗାନ୍ଧିଙ୍କ ନାକ ଭଳି ପ୍ରିୟଙ୍କା ନାକ ଆକାରରେ ତୀକ୍ଷ୍ଣ ଓ ଲମ୍ବା। ଇନ୍ଦିରା ଗାନ୍ଧି ଯେଉଁ ଭଳି ଶାଢ଼ି ପିନ୍ଧୁଥିଲେ, ପ୍ରିୟଙ୍କା ଠିକ୍‌ ସେମିତି ଶୈଳୀରେ ଶାଢ଼ି ପିନ୍ଧନ୍ତି। ଆଉ ଇନ୍ଦିରା ଗାନ୍ଧିଙ୍କ ହେୟା ଷ୍ଟାଇଲ ଭଳି ପ୍ରିୟଙ୍କା ହେୟାର ଷ୍ଟାଇଲ ମେଳ ଖାଏ। ପ୍ରିୟଙ୍କା କୁହନ୍ତି ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେ ପ୍ରଥମ କରି ଏକ ସାଧାରଣ ସଭାରେ ଭାଷଣ ଦେଇଥିଲେ। ପ୍ରିୟଙ୍କା ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି। ସେ ବୁଦ୍ଧଙ୍କ ଅନୁଗତ ମଧ୍ୟ। ପ୍ରିୟଙ୍କା ତାଙ୍କ ପିଲାଦିନର ସାଥୀ ରବର୍ଟ ଭଦ୍ରାଙ୍କୁ ୧୯୯୭ରେ ପ୍ରେମ ବିବାହ କରିଥିଲେ। ପ୍ରିୟଙ୍କା ଗାନ୍ଧିଙ୍କୁ ରୋଷେଇ କରିବା ଏବଂ ଫଟୋଗ୍ରାଫି ଖୁବ୍‌ ପସନ୍ଦ।



from Odisha Reporter http://bit.ly/2CDGuTj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages