ପାଣ୍ଡ୍ୟା-ରାହୁଲଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ପାଣ୍ଡ୍ୟା-ରାହୁଲଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ନୂଆଦିଲ୍ଲୀ: ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ଦେଇ କ୍ରିକେଟରୁ ନିଲମ୍ବିତ ହୋଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ଆଶ୍ୱସ୍ତି ମିଳିଛି। ଆଜି ଉଭୟଙ୍କ ଉପରେ ବିସିସିଆଇ ଲାଗୁ କରିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନିଆଯାଇଛି। ଏହି ମୁହୂର୍ତ୍ତରୁ ଉଭୟ କ୍ରିକେଟ୍‌ ଖେଳିପାରିବେ ବୋଲି ବିସିସିଆଇ ସିଓଏ ପକ୍ଷରୁ କୁହାଯାଇଛି।

ଟିଭି ଶୋ’ରେ ଅରୁଚିକର ମନ୍ତବ୍ୟକୁ ନେଇ ଦୁଇ ସପ୍ତାହ ତଳେ ପାଣ୍ଡ୍ୟା ଓ ରାହୁଲଙ୍କୁ ନିଲମ୍ବିତ କରାଯାଇଥିଲା। ଏଥିସହ ଉଭୟଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ସ୍ୱଦେଶ ଫେରାଇ ଅଣାଯାଇଥିଲା।

ଆଜି ସିଓଏ ପକ୍ଷରୁ ନୂଆ ଆମିକସ୍‌ କ୍ୟୁରି ପିଏସ୍‌ ନରସିଂମାଙ୍କ ସହ ଆଲୋଚନା କରାଯାଇଥିଲା। ଏହାପରେ ଉଭୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ମାମଲାର ତଦନ୍ତ ପାଇଁ ଜଣେ ଅମ୍ବୁଡସମ୍ୟାନ୍‌ ନିଯୁକ୍ତ ହେବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖରେ ନିଷ୍ପତ୍ତି ନେବେ।

ସିଓଏର ନିଷ୍ପତ୍ତି ସମ୍ପର୍କରେ ବିସିସିଆଇ ଏକ ବିବୃତି ଜାରି କହିଛି ଯେ “ଆମିକସ୍‌ କ୍ୟୁରୀଙ୍କ ସହ ଘଟଣା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାପରେ ପାଣ୍ଡ୍ୟା ଓ ରାହୁଲଙ୍କ ଉପରେ ୧୧.୧.୨୦୧୯ରେ ଜାରି ହୋଇଥିବା ନିଲମ୍ବନ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି। ବିସିସିଆଇ ସମ୍ବିଧାନର ନିୟମ ୪୬ ଅନୁସାରେ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା।”

ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିବାରୁ ପାଣ୍ଡ୍ୟାଙ୍କୁ ସମ୍ଭବତଃ ବିସିସିଆଇ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପଠାଇପାରେ। ବିଶେଷ କରି ୪ର୍ଥ ଓ ୫ମ ଦିନିକିଆ ଏବଂ ଟି-୨୦ ସିରିଜ୍‌ ପାଇଁ ପାଣ୍ଡ୍ୟା ମନୋନୀତ ହୋଇପାରନ୍ତି। କାରଣ ବିରାଟ୍‌ କୋହଲିଙ୍କୁ ଏହି ସମୟରେ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ସେହିପରି ରାହୁଲ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ।



from Odisha Reporter http://bit.ly/2FLfp4v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages