ପିଲାଙ୍କ ପାଇଁ ଘରେ ତିଆରି କରନ୍ତୁ ‘ମଟର ଛୁଇଁ ପରଟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ପିଲାଙ୍କ ପାଇଁ ଘରେ ତିଆରି କରନ୍ତୁ ‘ମଟର ଛୁଇଁ ପରଟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରେ ପିଲାମାନଙ୍କ ପାଇଁ ନିୟମିତ ଭିନ୍ନ ଭିନ୍ନ ସ୍ୱାଦର ଜଳଖିଆ ବା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଅନେକଙ୍କ ପାଇଁ ବେଳେବେଳେ ଚିନ୍ତା ସୃଷ୍ଚି କରିଥାଏ। ଯଦି ଆପଣ ଏମିତି ଚିନ୍ତାରେ ପଡ଼ିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ସହଜ ଓ ସୁଆଦିଆ ଖାଦ୍ୟ ସାମଗ୍ରୀ ‘ମଟର ଛୁଇଁ ପରଟା’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଅଟା, ସିଝା ମଟର ଛୁଇଁ ଦାନା, ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ଧନିଆ ପତ୍ର, ଗରମ ମସଲା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ଅଳ୍ପ ତେଲ ଓ ପାଣି ଦେଇ ନରମ ଭାବେ ଚକଟନ୍ତୁ। ଏବେ ସିଝା ହୋଇଥିବା ମଟର ଛୁଇଁ ଦାନାରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ପରେ ଏହାକୁ ଏକ ପାତ୍ରକୁ କାଢ଼ି ଏଥିରେ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ କଟା ଧନିଆ ପତ୍ର ମିଶାଇ ଦିଅନ୍ତୁ।

ଏବେ ତାୱା ଗରମ କରି ବେଲା ହୋଇଥିବା ପରଟାକୁ ସେକନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଦୁଇପଟ ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗର ହୋଇଗଲେ, ପରଟା କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମଟର ଛୁଇଁ ପରଟା’। ଏହାକୁ ଆଚାର, ସସ୍‌ କିମ୍ବା ଦହି ସହ ଖାଆନ୍ତୁ।



from Odisha Reporter http://bit.ly/2TaozuC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages