
ଆଲିଗଡ଼: ୧୦୦ କୋଟିରୁ ଅଧିକ ଲୋକ ବାସ କରୁଥିବା ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଯୋଗଗୁରୁ ରାମଦେବ ମନେ କରନ୍ତି। ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବୁଧବାର ସରକାରଙ୍କୁ ପରାମର୍ଶ ଦେଇ ରାମଦେବ କହିଛନ୍ତି, “ଯେଉଁମାନେଦୁଇରୁ ଅଧିକ ପିଲା ଚାହୁଁଛନ୍ତି, ସେମାନଙ୍କ ଭୋଟ ଦେବାର ଅଧିକାର ସରକାର ଛଡାଇ ନିଅନ୍ତୁ।”
ସେ ଆହୁରି କହିଥିଲେ, “ଦେଶର ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ହେଲେ, ଦୁଇରୁ ଅଧିକ ପିଲା ଥିବା ଲୋକଙ୍କୁ ଭୋଟ୍ ଦେବା ଅଧିକାର, ଚାକିରି ଓ ଚିକିତ୍ସା ସେବା ପାଇବା ଅଧିକାର ଛଡାଇ ନିଆଯାଉ। ସେ ହିନ୍ଦୁ ହୁଅନ୍ତୁ ଅବା ମୁସଲିମ୍ ଏହା ସମସ୍ତଙ୍କ ପାଇଁ ଲାଗୁ ହେଉ। ତା’ହେଲେ ଯାଇ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ।”
ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ରାମଦେବ ପ୍ରଥମ କରି ଏପରି କହିନାହାନ୍ତି। ଗତବର୍ଷ ସେ କହିଥିଲେ, “ଯେଉଁମାନଙ୍କର ଦୁଇରୁ ଅଧିକ ପିଲା ଅଛନ୍ତି, ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ନାମ ଲେଖାରୁ ବଞ୍ଚିତ କରାଯାଉ। ଏହାସହ ଉକ୍ତ ବ୍ୟକ୍ତିଙ୍କୁ ସରକାରୀ ମେଡିକାଲରେ କୌଣସି ସୁବିଧା ପ୍ରଦାନ କରାନଯାଉ ଓ ସରକାରୀ ଚାକିରିରୁ ବଞ୍ଚିତ କରାଯାଉ।”
from Odisha Reporter http://bit.ly/2AYGOfu
No comments:
Post a Comment