ଋଣ କରି ଘିଅ ପିଉଛନ୍ତି ସରକାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଋଣ କରି ଘିଅ ପିଉଛନ୍ତି ସରକାର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ବର୍ଷରେ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରି ରାଜ୍ୟବାସୀଙ୍କୁ ଭେଟି ଦେଉଛନ୍ତି। ରାଜ୍ୟର ଋଣ ବୋଝ ୯୧ ହଜାର ୯୪୩ କୋଟି ଟପିଥିବା ବେଳେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାରଙ୍କ ତଥାକଥିତ ବିକାଶ ଏଜେଣ୍ଡାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଋଣ କରି ସରକାର ଘିଅ ପିଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହେବାରେ ଲାଗିଛି।

ପ୍ରତି ଗାଁରେ ପହଞ୍ଚିଲା ‘ଆମ ଗାଁ ଆମ ବିକାଶ’ ଯୋଜନା। ୨୦୧୮ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ୩୧୪ ବ୍ଲକରେ ୬୨ ହଜାର ୮୫୭ଟି ପ୍ରକଳ୍ପ ପାଇଁ ୧୫ଶହ ୫୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କେବଳ ଏହି ଗୋଟିଏ ଯୋଜନା ନୁହେଁ, ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନା ପାଇଁ ୧୦ ହଜାର ୧୮୦ କୋଟି, ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗି ୧୨ଶହ କୋଟି, ୩୦୦ ଏସ୍‌ଏଚ୍‌ଜିକୁ ସିଡ୍ ମନି ଓ ମୋବାଇଲ୍ ବାବଦକୁ ୫୪ ଲକ୍ଷ, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୨୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ତେବେ ପ୍ରଶ୍ନ ଉଠୁଛି, ଋଣଯନ୍ତାରେ ଛନ୍ଦି ହୋଇଥିବା ରାଜ୍ୟ ସରକାର ଏତେ ସବୁ ଯୋଜନା ପାଇଁ କେଉଁଠୁ ଯୋଗାଡ଼ କରିବେ ସମ୍ବଳ ? ନିର୍ବାଚନ ବର୍ଷରେ ଏସବୁ ଯୋଜନା ରାଜ୍ୟ ଅର୍ଥନୀତିକୁ କେତେ ପ୍ରଭାବିତ କରିବ ? ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ତଥ୍ୟ କହୁଛି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୧ ହଜାର ୯୪୩ କୋଟି ୬୮ ଲକ୍ଷ ଟଙ୍କାରେ ପହଞ୍ଚିବ। ସେପଟେ ୨୦୦୧ରୁ ୨୦୧୮-୧୯ ଭିତରେ ଅର୍ଥାତ ବିଜେଡି ସରକାର ଅମଳରେ ୯୬ ହଜାର ୩୧ କୋଟି ୩୦ ଲକ୍ଷ ଟଙ୍କାର ଋଣ କରାଯାଇଛି। ସେଥିମଧ୍ୟରୁ ୩୭ ହଜାର ୭୦୩ କୋଟି ୬୪ ଲକ୍ଷ ଶୁଝାଯାଇଛି। ମାନେ ନବୀନ ସରକାରଙ୍କ ସମୟରେ ଋଣ ଭାର ହୋଇଛି ୫୮ ହଜାର ୩୨୭ କୋଟି ୬୬ ଲକ୍ଷ ଟଙ୍କା। ସେପଟେ ଫିସ୍‌କାଲ ରେସପନସିବିଲିଟି ଆଣ୍ଡ ବଜେଟ୍ ମ୍ୟାନେଜମେଣ୍ଟ (ଏଫ୍ଆରବିଏମ୍) ଆକ୍ଟ ଅନୁସାରେ ଋଣ କରାଯାଉଛି। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ସେପଟେ ରାଜ୍ୟର ଦୁଃସ୍ଥ ଆର୍ଥିକ ଚିତ୍ରକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଏବେ ମୁଣ୍ଡପିଛା ଋଣଭାର ୨୩ ହଜାର ଟଙ୍କାରେ ପହଞ୍ଚିଛି। ଆର୍ଥିକ ସ୍ଥିତି ଦୟନୀୟ ଥିବାବେଳେ ରାଜ୍ୟ ସରକାର କେବଳ ଭୋଟ୍ ସାଉଣ୍ଟିବା ପାଇଁ ଯୋଜନା ପରେ ଯୋଜନା ଘୋଷଣା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଯାହାକୁ ଶାସକ ବିଜେଡି ଖଣ୍ଡନ କରିଛି।

ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ଭୋଟ୍ ନିଶାରେ ଯୋଜନା ପରେ ଯୋଜନା ଘୋଷଣା। ଏଭଳି ସ୍ଥିତିରେ ନୂଆ ସରକାର ଆସିଲେ ଋଣ ପରିଶୋଧ ଓ ବିକାଶମୂଳକ କାମ କିଭଳି ଆଗେଇବ ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।



from Odisha Reporter http://bit.ly/2MpODiT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages