
କଟକ(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ମାମଲାରେ ଥାନାରେ ହାଜର ପାଇଁ ମହଲତ ମାଗିଲେ ଲିପନ୍ ସାହୁଙ୍କ ବାପା ଓ ମାଆ। ସେମାନେ କଟକ ଚାଉଳିଆଗଞ୍ଜ ଥାନାକୁ ଚିଠି ଲେଖି ୧୫ ଦିନ ସମୟ ମାଗିଛନ୍ତି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କ ବାପା ଲିଙ୍ଗରାଜ ସାହୁ ଓ ମାଆ କୁନ୍ତଳା ସାହୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ ମାଗିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ଥାନାରେ ହାଜର ହେବାକୁ ପୁଲିସ ଦେଇଥିବା ମହଲତ ଆଜି ସରୁଥିଲା। ଉଭୟଙ୍କୁ ଥାନାରେ ହାଜର ଲାଗି ତାଙ୍କ ଘରେ ଲଟକା ଜାରି କରାଯାଇଥିଲା।
୨୦୧୬ ମସିହାରେ ଲକ୍ଷ୍ମୀପ୍ରିୟା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ପାରିବାରିକ କଳହ ଯୋଗୁ ସେ ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିଲେ। ଗତ ୪ ତାରିଖରେ ଲକ୍ଷ୍ମୀପ୍ରିୟା ବାପଘରେ ଥିବା ବେଳେ ତାଙ୍କ ସ୍ୱାମୀ ଆସିଥିଲେ। କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ଛାତ ଉପରେ ଯାଇ ପାଟିତୁଣ୍ଡ କରୁଥିବା ବେଳେ ଲକ୍ଷ୍ମୀପ୍ରିୟା ତଳେ ପଡ଼ିଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏବେ ଲକ୍ଷ୍ମୀପ୍ରିୟାଙ୍କର ୫ ମାସର ଏକ ଶିଶୁକନ୍ୟା ରହିଛି।
from Odisha Reporter http://bit.ly/2svWsua
No comments:
Post a Comment