
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି କେନ୍ଦୁଝର ରାଜନୀତି ସେତେ ସରଗରମ ହେଉଛି। ଆରମ୍ଭ ହୋଇଛି ଜିଲ୍ଲାର ଦୁଇ ରାଜନୀତିକ ମଙ୍ଗୁଆଳଙ୍କ ବାକ୍ ଯୁଦ୍ଧ। ଏମାନଙ୍କ ଲଢ଼େଇ ଏବେ ଜିଲ୍ଲାର ସୀମା ଡ଼େଇଁ ପହଞ୍ଚିଛି ରାଜଧାନୀରେ। ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଓ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତୁ ତୁ ମେ ମେଁ ଏବେ ତିବ୍ର ହେଲଊଣି।
ଆଜି ଗଣମାଧ୍ୟମକୁ ବଦ୍ରି କହିଛନ୍ତି-“ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭାଙ୍ଗିବା ପାଇଁ ସଭାପତି ହୋଇଛନ୍ତି। ସେ ସଭାପତି ହେଲା ପରେ କଂଗ୍ରେସ ସବଳ ହୋଇଛି ନା ଦୁର୍ବଳ ହୋଇଛି, ସମସ୍ତେ ଜାଣିଛନ୍ତି। ତାଙ୍କ ଭାଇ ଦଳ ଛାଡ଼ି ପଳାଇ ଯାଇଛନ୍ତି। ତେଣୁ ଅନ୍ୟମାନେ କାହିଁକି ରହିବେ? କଂଗ୍ରେସ ଉପରେ ତାଙ୍କର ପୁରୁଣା ରାଗ ରହିଛି। ସଭାପତି ହେବା ପାଇଁ ଦୀର୍ଘ ଦିନରୁ ଚେଷ୍ଟା କରିଆସୁଥିଲେ। ମାତ୍ର ମିଳୁନଥିଲା। ଏବେ ସଭାପତି ପଦ ମିଳିବା ପରେ ରାଗ ଶୁଝାଉଛନ୍ତି। ତାଙ୍କରି ଅମଳରେ ହିଁ କଂଗ୍ରେସ ଭାଙ୍ଗୁଛି।”
ବଦ୍ରୀଙ୍କୁ ଉତ୍ତର ଶୁଣି ଚିହିଁକି ଉଠିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି-“ବାଃ ସୁକ୍ଷ୍ମ ବୁଦ୍ଧି। ସେ କାହିଁକି ଏମିତି ବିକଳ ହେଉଛନ୍ତି? ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିକୁ ଗଲା ବେଳେ ମୁଁ ସଭାପତି ନଥିଲି। ତାହାହେଲେ ଆମେ ଦୁଇ ଜଣ ଲାଗି କଂଗ୍ରେସକୁ ହରାଇଲୁ ବୋଲି ସେ କେଉଁ ସୂତ୍ରରୁ ଜାଣିବାକୁ ପାଇଲେ? ସେ ଧେର୍ଯ୍ୟ ଧରନ୍ତୁ, ସମୟ କହିବ।”
from Odisha Reporter http://bit.ly/2FL6BLp
No comments:
Post a Comment