
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବିଏସ୍ପି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏବେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ପୂର୍ବରୁ ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଟିଡିପି ସହ ମେଣ୍ଟ କରି ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ରାହୁଲ ଗାନ୍ଧି ଆଣ୍ଡ କୋ ଆଶା କରିଥିଲେ। କିନ୍ତୁ ଟିଡିପି ପରୋକ୍ଷରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି କହିବା ପରେ ଏବେ ରାହୁଲ ଗାନ୍ଧି ରଣନୀତି ବଦଳାଇଛନ୍ତି।
ଏବେ କଂଗ୍ରେସ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଓ ୨୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି। ବୁଧବାର ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ରାଜ୍ୟ ନେତାମାନେ ମାନସମନ୍ଥନ କରିଥିଲେ। କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରୁଥିବା ରାଜ୍ୟର ନେତାମାନେ କହିବା ପରେ କେନ୍ଦ୍ରୀୟ ହାଇକମାଣ୍ଡ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି।
ପୂର୍ବରୁ ତେଲଙ୍ଗାନା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ଟିଡିପି ମେଣ୍ଟ କରିଥିଲେ। ହେଲେ ମେଣ୍ଟର ପ୍ରାର୍ଥୀମାନେ କୌଣସି ଲାଭ ପାଇ ନଥିଲେ। ଉଭୟ ଟିଡିପି ଓ କଂଗ୍ରେସକୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଥିଲା।
from Odisha Reporter http://bit.ly/2Whx4pt
No comments:
Post a Comment