କୁକୁରକୁ ଟେକା ମାରିବାରୁ ଗୁଳି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କୁକୁରକୁ ଟେକା ମାରିବାରୁ ଗୁଳି ମାରିଦେଲେ

ନୂଆଦିଲ୍ଲୀ: ପୋଷା କୁକୁରକୁ ଟେକା ମାରିବାରୁ ଜଣେ ୩୦ ବର୍ଷୀୟ ଟେଲରଙ୍କୁ ଗୁଳିମାରି ହତ୍ୟା କରାଯାଥିବା ଜଣାଯାଇଛି। ମହତାବ ନାମକ ଏହି ଟେଲରଙ୍କୁ ଆଫାକ୍ ଅଲ୍ଲୀ ଗୁଳି ମାରି ଫେରାର ଥିବା ଅଭିଯୋଗ ହୋଇଛି।

ରବିବାର ସନ୍ଧ୍ୟା ୭ଟାବେଳେ ଅଲ୍ଲୀ ଏବଂ ଆଫାକ୍‌ଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହାର କାରଣ ଥିଲା ସେ ଆଫାକ୍‌ଙ୍କ କୁକୁରକୁ ଟେକା ମାରିଦେଇଥିଲେ। ମୃତ ଅଲ୍ଲୀଙ୍କ ଶ୍ୱଶୁର ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବାପରେ ତୁରନ୍ତ ତାଙ୍କ ତେଗ୍‌ ବାହାଦୁର ହସ୍ପିଟାଲକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଲ୍ଲୀ ଆଫାକ୍‌ଙ୍କ ଘର ସାମ୍ନା ଦେଇ ଯାଉଥିବାବେଳେ ତାଙ୍କ କୁକୁର ଭୁକିବାକୁ ଆରମ୍ଭ କରିଥିଲା। ଫଳରେ ରାଗିଯାଇ ଅଲ୍ଲୀ ଟେକା ମାରିଦେଇଥିଲା।

ଆଫାକ୍‌ ଏପରି ପ୍ରଥମ ଥର ଅପରାଧ କରିନାହାନ୍ତି। ସେ ବେଆଇନଭାବରେ ମଦ ଓ ଗଞ୍ଜେଇ ଚାଲାଣ ମଧ୍ୟ କରୁଥିଲେ।



from Odisha Reporter http://bit.ly/2AAzRkp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages