ରାକେଶ୍‌ ରୋଶନ୍‌ଙ୍କୁ କ୍ୟାନ୍‌ସର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ରାକେଶ୍‌ ରୋଶନ୍‌ଙ୍କୁ କ୍ୟାନ୍‌ସର୍‌

rakesh

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ଙ୍କ ବାପା ତଥା ଅଭିନେତା ଓ ନିର୍ମାତା-ନିର୍ଦ୍ଦେଶକ ରାକେଶ୍‌ ରୋଶନ୍‌ ଏବେ କର୍କଟ ରୋଗରେ ପଡ଼ିତ। ହ୍ରିତିକ୍‌ ରୋଶନ୍‌ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଜରିଆରେ ଏହି କଥା ଜଣାଇଛନ୍ତି। ତାଙ୍କର ଥ୍ରୋଟ୍‌ ବା ଗଳାରେ କ୍ୟାନସର୍‌ ଏବେ ପ୍ରଥମେ ଷ୍ଟେଜ୍‌ରେ ରହିଛି। ତେବେ ରାକେଶ୍‌ଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି ବୋଲି ହ୍ରିତିକ୍ ସୂଚନା ଦେଇଛନ୍ତି।

ହ୍ରିତିକ୍‌ ବାପା ରାକେଶ୍‌ଙ୍କ ସହ ଜିମ୍‌ରେ ୱାର୍କ ଆଉଟ୍‌ କରିବା ସମୟର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଆଜି ବାପାଙ୍କୁ ୱାର୍କ ଆଉଟ୍‌ କରିବା କଥା ପଚାରିଥିଲି। ମୋତେ ଜଣାଥିଲା ଯେ ସେ ସର୍ଜରୀ ଦିନ ବି ବ୍ୟାୟମ କରିବା ଛାଡ଼ିବେନି। ନିକଟରେ ବାପାଙ୍କୁ Squamous Cell Carcinoma ହୋଇଥିବା ଜଣା ପଡ଼ିଥିଲା। ସେ ଏବେ ନିଜ ପାଇଁ ଲଢ଼ିବେ। ଆମେ ଭାଗ୍ୟଶାଳୀ ଯେ ଆମ ପରିବାରକୁ ତାଙ୍କ(ବାପାଙ୍କ) ଭଳି ମୁରବୀ ମିଳିଛି।’’

ରାକେଶ୍‌ ରୋଶନ୍‌ ଏବେ ତାଙ୍କ ନୂଆ ଫିଲ୍ମ ‘କ୍ରିସ୍‌-୪’ ପାଇଁ କାମ କରୁଛନ୍ତି। ଏଥିରେ ପୁଅ ହ୍ରିତିକ୍‌ ରୋଶନ୍‌ ହିଁ ଅଭିନୟ କରିବେ।

୧୯୭୦ ରେ ଫିଲ୍ମ ‘ଘର୍ ଘର୍‌ କି କାହାନୀ’ରୁ ରାକେଶ୍‌ ବି’ଟାଉନ୍‌ରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପରେ ସେ ‘ବୁନିୟାଦ୍‌’, ‘କାମ୍‌ଚୋର୍‌’, ‘ଖୁବ୍‌ସୁରତ’ ଓ ‘ଭଗବାନ ଦାଦା’ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଖୁଦ୍‌ ଗର୍ଜ’(୧୯୮୭ )। ଏହା ପରେ ସେ ‘ଖୁନ୍‌ ଭରୀ ମାଙ୍ଗ୍‌’, ‘କିଙ୍ଗ୍‌ ଅଙ୍କଲ୍‌’, ‘କୋୟଲା’ ଓ ‘କରନ୍‌ ଅର୍ଜୁନ୍‌’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ରାକେଶ ନିଜ ପୁଅ ହ୍ରିତିକ୍‌ ରୋଶନ୍‌ଙ୍କୁ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’, ‘କୋଇ ମିଲ୍‌ ଗୟା’, ‘କ୍ରିସ୍‌’ ଓ ‘କାବିଲ୍‌’ ଫିଲ୍ମରେ ସୁଯୋଗ ଦେଇଥିଲେ।

ଗତ କିଛି ମାସ ତଳେ ଅଭିନେତା ଇର୍‌ଫାନ୍‌ ଖାନ୍‌ ଓ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବି କ୍ୟାନସର୍‌ରେ ପୀଡ଼ିତ ଥିବା ଖବର ଆସିଥିଲା। ସୋନାଲି ନ୍ୟୁୟର୍କରେ ସାତ ମାସ ଚିକିତ୍ସା ହେବା ପରେ ମୁମ୍ବାଇ ଫେରିଛନ୍ତି। ତେବେ ଇର୍ଫାନ୍‌ ଗତ ମାର୍ଚ୍ଚରୁ ଚିକିତ୍ସାଧୀନ ଅଛନ୍ତି।



from Odisha Reporter http://bit.ly/2VCzaQA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages