
ଆସିକା (ଓଡ଼ିଶା ରିପୋର୍ଟର): ଅଗ୍ନିକାଣ୍ଡରେ ୬୦ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବଡ଼ଖୋଲି ଗାଁରେ।
ଏଠାରେ ହରିଜନ ସାହିର ଶଶି ନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଘରକୁ ଲାଗି ରହିଥିବା ଗୁହାଳ ଘରକୁ ମଧ୍ୟ ମାଡ଼ି ଯାଇଥିଲା। ଗୁହାଳେ ୬୦ଟି ଛେଳି ଥିଲେ। ସବୁ ଛେଳି ନିଆଁରେ ପୋଡ଼ି ମରି ଯାଇଛନ୍ତି।
ଶଶିଙ୍କ ଦୁଇ ବଖରା ଘର ବି ପୋଡ଼ି ଯାଇଛି।
ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଛେଳିଗୁଡ଼ିକୁ ଉଦ୍ଧାର କରାଯାଇପାରି ନଥିଲା।
from Odisha Reporter http://bit.ly/2C27ADb
No comments:
Post a Comment