ହାତୀ ଚିନ୍ତା: ଘରୋଇ ଜମିରେ ଖୋଳାଯିବ ଟ୍ରେଞ୍ଚ, ଲାଗିବ ସୋଲାର ଫେନ୍ସିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ହାତୀ ଚିନ୍ତା: ଘରୋଇ ଜମିରେ ଖୋଳାଯିବ ଟ୍ରେଞ୍ଚ, ଲାଗିବ ସୋଲାର ଫେନ୍ସିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀଙ୍କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ନୂଆ ବର୍ଷରେ ନୂଆ ଯୋଜନା କରୁଛି ବନ ବିଭାଗ। ହାତୀଙ୍କ ବାଟ ରୋକିବାକୁ ଏଥର ସରକାରୀ ଜମି ପରିବର୍ତ୍ତେ ଘରୋଇ ଜମିରେ ଟ୍ରେଞ୍ଚ୍ ଖୋଳାଯିବ। ଏଥିସହ ସୋଲାର ଫେନ୍ସିଂ କରାଯିବ। ସଂପୃକ୍ତ ଜମି ମାଲିକଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ। ପିପିପି ମୋଡରେ ଏହା କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ହାତୀଙ୍କୁ ଘଉଡ଼ାଇବା ଲାଗି ମାସକ ମଧ୍ୟରେ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗଜ ଗାଡ଼ି ଅଣାଯିବ। ଏଥିରେ ସାଇରନ୍‌, ଟ୍ରାଙ୍କୁଲାଇଜରଠାରୁ ଆରମ୍ଭ କରି କ୍ରେନ୍‌ ଭଳି ବିଭିନ୍ନ ସରଞ୍ଜାମ ରହିଛି। ଅନ୍ୟପକ୍ଷରେ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ବନବିଭାଗ। ତେବେ ଯୋଜନା କାର୍ଯ୍ୟକ୍ଷମ ହେବା ପରେ ହିଁ ଏହାର ସଫଳତା ଜଣାପଡ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଓ କଟକ ଟାଙ୍ଗୀ ଅଞ୍ଚଳର ଖାଦ୍ୟ ଅନ୍ୱେଷଣରେ ସହର ଭିତରକୁ ଜଙ୍ଗଲୀ ହାତୀ ପଶି ଆସୁଛନ୍ତି। ହାତୀଙ୍କ ଉପସ୍ଥିତିକୁ ନେଇ ଟାଙ୍ଗୀ ବ୍ଲକ୍ ବ୍ରହ୍ମପୁର, ଗଉଡ଼ଗାଁ ଓ ବାଣୀପଦା ଆଦି ଗାଁରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀଙ୍କ ପ୍ରବେଶ ରୋକିବାକୁ ଏହି ସବୁ ସ୍ଥାନରେ ସୋଲାର ଫେନ୍ସିଂ କରାଯାଇଛି। ମାତ୍ର ଠିକ୍‌ରେ କାମ ହୋଇନଥିବାରୁ ହାତୀ ଏହାକୁ ମାନୁନାହାନ୍ତି। କେବଳ ଚମ୍ପୁଆ କି ଟାଙ୍ଗୀ ନୁହେଁ, ବାଲେଶ୍ୱରରୁ ସୁନ୍ଦରଗଡ଼ ଓ ନୟାଗଡ଼ରୁ ଗଞ୍ଜାମ, ସବୁଠି ବଢ଼ି ଚାଲିଛି ଜଙ୍ଗଲା ହାତୀଙ୍କ ଉପଦ୍ରବ।

ପରିସଂଖ୍ୟାନ କହୁଛି, ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୬୮୦ ଜଣଙ୍କ ଜୀବନ ଯାଇଛି। ଏହି ସମୟରେ ୫୪୮ ହାତୀଙ୍କର ମୃତ୍ୟୁ ହୋଇଛି। ହାତୀ-ମଣିଷ ଲଢ଼େଇ ରୋକିବାକୁ ବନବିଭାଗର ପ୍ରୟାସ କେତେ ସଫଳ ହେଉଛି ତାହା ଦେଖିବାର କଥା।



from Odisha Reporter http://bit.ly/2EZLg11

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages