
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ଚାଷୀଙ୍କ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହେବ। ଏହାକୁ ଦୃଷ୍ଟିରେ କଂଗ୍ରେସ ନିକଟରେ କ୍ଷମତା ଦଖଲ କରିଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କୃଷି ଋଣ ଛାଡ଼ କରି ନିଜର ଭୋଟ ବ୍ୟାଙ୍କ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ବିପକ୍ଷରେ ମତ ଦେଇଛନ୍ତି।
ଆଜି ଏଏନ୍ଆଇକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କୃଷ ଋଣ ଛାଡ଼ ଦ୍ୱାରା ଚାଷୀଙ୍କ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ କହିଛନ୍ତି। ଏଥିସହ କୃଷି ଋଣ ଛାଡ଼ କେବଳ ଏକ ରାଜନୀତିକ ଷ୍ଟଣ୍ଟ ବୋଲି ମଧ୍ୟ ମୋଦି ମତ ଦେଇଛନ୍ତି।
ଶ୍ରୀ ମୋଦି କହିଛନ୍ତି, “ କୃଷି ଋଣ ଛାଡ଼ କଲେ ପ୍ରକୃତ ଚାଷୀ ଲାଭବାନ ହୁଏନାହିଁ। କୃଷି ଋଣ ଛାଡ଼ ଚାଷୀଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ। କାରଣ ଅଧିକାଂଶ ଚାଷୀ ବ୍ୟାଙ୍କରୁ ନୁହେଁ ବରଂ ସାହୁକାରଙ୍କଠାରୁ ଋଣ ନିଅନ୍ତି। କୃଷି ଋଣ ଛାଡ଼ ଘୋଷଣା କରି କେବଳ ଚାଷୀଙ୍କୁ ଲଲିପପ୍ ଦିଆଯାଉଛି। ମିଥ୍ୟା ପ୍ରଚାର କରାଯାଉଛି। କୁହାଯାଉଛି ସବୁ କୃଷି ଋଣ ଛାଡ଼ ହୋଇଗଲା।
କିନ୍ତୁ ବାସ୍ତବରେ ସେମିତି କିଛି ହେଉନାହିଁ। ତେଣୁ ଯେଁମାନେ ଏଭଳି କରୁଛନ୍ତି, ସେମାନେ ଏପରି ମିଥ୍ୟା ପ୍ରଚାରରୁ ଦୂରେଇ ରୁହନ୍ତୁ। ପୂର୍ବରୁ ମଧ୍ୟ ଅନେକ ଥର କୃଷି ଋଣ ଛାଡ଼ ହୋଇଥିଲା। କ’ଣ ସେଥିରୁ ଚାଷୀଙ୍କୁ ଲାଭ ମିଳିଛି? ତେଣୁ କୃଷି ଋଣ ଏକ ରାଜନୀତିକ ପ୍ରଚାର। ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହେଲେ, ପ୍ରଥମେ ସେମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ଆମ ସରକାର ସେହି କାମ କରୁଛି।
ଚାଷୀମାନେ କେମିତି ଠିକ୍ ଭାବେ ଵିହନଠାରୁ ଆରମ୍ଭ କରି ଉତ୍ପାଦର ସଠିକ୍ ମାର୍କେଟିଂ କରିପାରିବେ, ସେକଥାକୁ ଗୁରୁତ୍ୱ ଦିଆଯିବା ଦରକାର।”
ନିକଟରେ କଂଗ୍ରେସ ୩ ରାଜ୍ୟରେ କୃଷି ଋଣ ଛାଡ଼ କରିଥିବା କଥା ଘୋଷଣା କରିଥିଲା। ଏହାପରେ ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କୃଷି ଋଣ ଛାଡ଼କୁ ନେଇ ଆଲୋଚନା କରିଥିଲେ। ସମ୍ଭବତଃ ଜାନୁଆରୀ ୫ ଶୀତ ଅଧିବେଶ ପରେ ଏସମ୍ପର୍କରେ ଘୋଷଣା କରାଯାଇଥାଆନ୍ତା। ହେଲେ ମୋଦିଙ୍କ ଏଭଳି ବୟାନ ପୁଣି ସସ୍ପେନ୍ସ ସୃଷ୍ଟି କରିଛି।
from Odisha Reporter http://bit.ly/2EZ27jK
No comments:
Post a Comment