ଦୁର୍ବଳ ହେଉଛି ଆପ୍‌! ପୁଣି ଜଣେ ବିଧାୟକଙ୍କ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଦୁର୍ବଳ ହେଉଛି ଆପ୍‌! ପୁଣି ଜଣେ ବିଧାୟକଙ୍କ ଇସ୍ତଫା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସେତିକି ଦୁର୍ବଳ ହେବାରେ ଲାଗିଛି। ଆଜି ପଞ୍ଜାବର ବରିଷ୍ଠ ଆପ୍‌ ନେତା ତଥା ବିଧାୟକ ବଲଦେବ ସିଂହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେ କହିଛନ୍ତି,“ଦଳ ଯେଉଁ ଆଦର୍ଶ ଓ ସ୍ୱାଭିମାନକୁ ନେଇ ଗଠନ ହୋଇଥିଲା, ଧୀରେଧୀରେ ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି। ଦଳରେ ଦୋମୁହାଁ ନୀତି ପ୍ରଚଳିତ ଥିବା ବେଳେ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସ୍ୱେଚ୍ଛାଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ମୁଁ ଦଳର ସମସ୍ତ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୁଁ ମୋ ଇସ୍ତଫାପତ୍ର ଆପ୍‌ ମୁଖ୍ୟଙ୍କୁ ପଠାଇ ଦେଇଛି।” ବଲଦେବ ସିଂହ ପଞ୍ଜାବର ଜାଇଟୋ ଆସନରୁ ବିଧାୟକ ହୋଇଥିଲେ।

ଏହାପୂର୍ବରୁ ଜାନୁଆରୀ ୬ରେ ବିଧାୟକ ସୁକପାଲ ସିଂହ ଖୈରା ଆପ୍‌ ମୁଖ୍ୟଙ୍କୁ ଜଣେ ସ୍ୱେଚ୍ଛାଚାରୀ କହି ଦଳରୁ ଇସ୍ତଫା ଦେଇଥିଲେ। ଏହି ଦୁଇ ବିଧାୟକଙ୍କ ବ୍ୟତୀତ ସାମଜିକ କର୍ମୀ ତଥା ବରିଷ୍ଠ ଓକିଲ ଏଚ୍‌ସି ଫୁଲକା ମଧ୍ୟ ଆପ୍‌ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିଲେ।



from Odisha Reporter http://bit.ly/2DdLwHG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages