‘ସିମ୍ବା’ରେ ଅଭିନୟ କରିବାକୁ ଚାହୁଁଥିଲେ ପ୍ରିୟା ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

‘ସିମ୍ବା’ରେ ଅଭିନୟ କରିବାକୁ ଚାହୁଁଥିଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ଆଖି ମାରି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଥିବା ମାଲାୟଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର୍ ରୋହିତ ସେଟ୍ଟୀଙ୍କ ଚଳଚ୍ଚିତ୍ର ‘ସିମ୍ବା’ରେ ଅଭିନୟ କରିବାର ଇଚ୍ଛା ରଖିଥିଲେ। ଗତ ରବିବାର ପ୍ରିୟା ତାଙ୍କର ଅପ୍‌ କମିଂ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଟ୍ରେଲର୍ ରିଲିଜ୍ ଅବସରରେ ଏହି କଥା କହିଛନ୍ତି।

ପ୍ରିୟାଙ୍କ କହିବା ଅନୁଯାୟୀ, ସାରା ଅଲି ଖାନ୍‌ ‘ସିମ୍ବା’ ପାଇଁ ଫାଇନାଲ୍‌ ହେବା ପୂର୍ବରୁ ଏହି ଭୂମିକା ପାଇଁ ତାଙ୍କ ନାଁ ଉଠିଥିଲା। ଏମିତି ବି ଗୁଜବ ଉଠିଥିଲା ଯେ ସେ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ। ତେବେ ସେତେବେଳେ ପ୍ରିୟା ଏହି ଗୁଜବ ସତ ହେଉ ବୋଲି ଚାହୁଁଥିଲେ। କାରଣ ସେ ରଣବୀର୍‌ ସିଂହଙ୍କର ଜଣେ ବଡ ଫ୍ୟାନ୍‌ । ତେବେ ସେମିତି କିଛି ହେଲା ନାହିଁ।

ସୂଚନା ଅନୁଯାୟୀ, ‘ସିମ୍ବା’ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ସେପଟେ ପ୍ରିୟାଙ୍କ ଅପ୍‌ କମିଂ ଫିଲ୍ମ ‘ଶ୍ରୀଦେବି ବଙ୍ଗ୍‌ଲୋ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଦିବଙ୍ଗତ ବଲିଉଡ୍‌ କୁଇନ୍‌ ଶ୍ରୀଦେବୀଙ୍କ ଜୀବନ କାହାଣୀ ବର୍ଣ୍ଣନା ହୋଇଥିବା କୁହାଯାଉଛି।



from Odisha Reporter http://bit.ly/2TRa26T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages