ନିମୋନିଆରୁ ମୁକ୍ତି ଦେବ ଏହି ୫ଟି ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ନିମୋନିଆରୁ ମୁକ୍ତି ଦେବ ଏହି ୫ଟି ଜିନିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥଣ୍ଡା ଦିନେ ଲୋକ କେତେବେଳେ ବି ନିମୋନିଆ ଭଳି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ବିଶେଷ କରି ଛୋଟ ପିଲାମାନଙ୍କୁ ନିମୋନିଆ ହେବାର ଅଧିକ ସମ୍ଭାବନା ଥାଏ। ଯଦି ଠିକ୍‌ ସମୟରେ ଏହାର ଲକ୍ଷଣକୁ ଚିହ୍ନି ନ ପାରିବେ ତେବେ ଫୁସ୍‌ଫୁସ୍‌ ବା ଛାତିରେ ପାଣି ଜମିଯିବ। ଆଉ ଆପଣଙ୍କ ପାଇଁ ଏହା କାଠିକର ପାଠ ହୋଇଯିବ।

ଶୀତଦିନରେ ଅତ୍ୟଧିକ ଥଣ୍ଡା ଜଳବାୟୁ ହେତୁ ପ୍ରାୟ ଅନେକଙ୍କୁ ଥଣ୍ଡା, କାଶ, ଜର ହୋଇଥାଏ। ହେଲେ କିଛି ଲୋକଙ୍କ କ୍ଷେତ୍ରରେ ଏହି ଥଣ୍ଡା କ୍ରମେ ବଢ଼ି ନିମୋନିଆରେ ପରିଣତ ହୁଏ। ହେଲେ ପରିବର୍ତ୍ତିତ ଜଳବାୟୁ ସହ ଆପଣ ଯଦି ନିଜ ଇମ୍ୟୁନିଟି ସିଷ୍ଟମ ବା ରୋଗପ୍ରତିରୋଧକ ଶକ୍ତି ଉପରେ ଧ୍ୟାନ ଦେବେ ତେବେ ଆପଣଙ୍କୁ ନିମୋନିଆ ଛୁଇଁ ବି ପାରିବ ନାହିଁ। ତେବେ ଆସନ୍ତୁ ଏପରି ୫ଟି ଖାଦ୍ୟ ବିଷୟରେ ଜାଣିବା ଯାହା ଆପଣଙ୍କ ଶରୀରେ ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିବ।

ହଳଦୀ: ଏହା ଅତ୍ୟଧିକ ଥଣ୍ଡା ଯୋଗୁ ହେଉଥିବା ଶ୍ୱାସ ସମସ୍ୟାକୁ କମ୍‌ କରେ। ଏଥିସହ ହଳଦୀ ଶରୀରରେ କଫ ଜମିବାକୁ ଦିଏନାହିଁ। ଏଥିରେ ଥିବା ଆଣ୍ଟି ଭାଇରାଲ ଓ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ନିମୋନିଆରୁ ରକ୍ଷା କରିଥାଏ। ତେଣୁ ନିମୋନିଆରୁ ବଞ୍ଚିବା ପାଇଁ ହଳଦୀ କ୍ଷୀର ପିଅନ୍ତୁ। ଏହା ବ୍ୟତୀତ ହଳଦୀ ଓ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ଗୋଳାଇ ମଧ୍ୟ ପିଇପାରିବେ।

ରସୁଣ: ଏଥିରେ ମାଙ୍ଗାନିଜ୍, ଭିଟାମିନ୍‌-ବି, ଭିଟାମିନ୍‌-ସି, ସେଲେନିୟମ୍‌ ଓ ଫାଇବର୍ ରହିଛି। ଯାହା ଭାଇରାଲ୍ ଓ ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ରୁ ରକ୍ଷା କରେ। ରସୁଣ ଶରୀରରେ ଇମ୍ୟୁନିଟି ମଧ୍ୟ ବଢ଼ାଏ। ତେଣୁ ନିମୋନିଆରୁ ରକ୍ଷା ପାଇଁ ପ୍ରତିଦିନ ସକାଳେ ଖାଲିପେଟରେ ୨ କୋଲା ରସୁଣ ଖାଆନ୍ତୁ। ରସୁଣକୁ ମହୁ ସହ ଖାଇବା ମଧ୍ୟ ଲାଭଦାୟକ।

ତୁଳସୀ: ଏଥିରେ ଥିବା ଆଣ୍ଟିଫଙ୍ଗାଲ ଓ ଆଣ୍ଟି ଭାଇରାଲ୍ ଗୁଣ ନିମୋନିଆରୁ ଆପଣଙ୍କ ରକ୍ଷାକବଚ। ପ୍ରତିଦିନ ସକାଳେ ଖାଲିପେଟରେ ତୁଳସୀ ପତ୍ର ଖାଇଲେ ଫାଇଦା ମିଳେ। ଥଣ୍ଡାରୁ ବଞ୍ଚିବା ପାଇଁ ତୁଳସୀ ପତ୍ର ରସରେ ଗୋଲମରିଚ ଗୁଣ୍ଡ ମିଶାଇ ଏହାକୁ ସକାଳେ ଓ ସନ୍ଧ୍ୟାରେ ସେବନ କରନ୍ତୁ। ତୁଳସୀ ପତ୍ର ଯୁକ୍ତ ଚାହା ପିଇବା ମଧ୍ୟ ଲାଭଦାୟକ।

ମେଥିଦାନା: ଏହା ଶରୀର ଭିତରକୁ ଯିବାଦ୍ୱାରା ଶରୀରେ ଥିବା ଟକ୍ସିସ୍‌ ସବୁ ବାହାରିଯାଏ, ଫଳରେ ନିମୋନିଆ ଭଳି ରୋଗରୁ ମୁକ୍ତି ମିଳେ। ଅଧା ଚାମଚ ମେଥିଦାନାକୁ ଏକ ଗ୍ଲାସ ପାଣିରେ ବତୁରାଇ ଏହାକୁ ସକାଳୁ ସକାଳୁ ପିଅନ୍ତୁ। ଆପଣ ମେଥିଦାନା ଚାହା ମଧ୍ୟ ପିଇପାରିବେ। ଏହା ମଧ୍ୟ ଭଲ କାମ ଦେବ।

ଅଦା:  ଅଦାରେ ଥିବା ପୋଷକ ତତ୍ତ୍ୱ ଉତପ୍ତ ବା ଗରମ ହୋଇଥାଏ, ଯାହାକି ବିଶେଷ କରି ଥଣ୍ଡା ଦିନରେ ହେଉଥିବା ନିମୋନିଆ ଭଳି ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ଅକ୍ସିଡାଣ୍ଟସ୍‌ କଫ ଓ ସର୍ଦ୍ଦିରୁ ରକ୍ଷା କରିଥାଏ। ଥଣ୍ଡାରୁ ବଞ୍ଚିବା ପାଇଁ ପ୍ରତିଦିନ ଅଦା ଯୁକ୍ତ ଚାହା ପିଅନ୍ତୁ। ମହୁ ସହ ଅଦା ଖାଇଲେ ମଧ୍ୟ ଭଲ ଫାଇଦା ମିଳେ।



from Odisha Reporter http://bit.ly/2CTJuMF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages