୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

rahul

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଜ୍ୟର ଏକ ଉପକୂଳବର୍ତ୍ତୀ ଜିଲ୍ଲାରେ ସାଧାରଣ ସଭାରେ ଯୋଗ ଦେବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ପିସିସି ସଭାପତି ଏହି ସୂଚନା ଦେଇଛନ୍ତି। ତେବେ କେଉଁ ଜିଲ୍ଲାକୁ ରାହୁଲ ଯିବେ, ତାହା ନିରଞ୍ଜନ କହି ନାହାନ୍ତି।

ଗତ ବର୍ଷ ସେପ୍ଟେମ୍ବର ମାସରେ ପିସିସି ସଭାପତି କହିଥିଲେ ଯେ ରାହୁଲ ଗାନ୍ଧି ଅକ୍ଟୋବର ମାସରେ ଥରେ ଓ ତା’ପରେ ନଭେମ୍ବର ମାସରେ ପୁଣି ଥରେ ଓଡ଼ିଶା ଆସିବେ।

ରାହୁଲ ଗତ ଡିସେମ୍ବର ମାସରେ ମଧ୍ୟ ଆସିବେ ବୋଲି ଶୁଣାଯାଉଥିଲା।

ୟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଆସି ଓଡ଼ିଶାରେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ଯୋଗ ଦେଇ ଯାଇ ସାରିଲେଣି।

ଗତମାସରେ ସେ ଭୁବନେଶ୍ୱର ଆସିଥିଲେ ଓ ଚଳିତ ମାସ ୫ ତାରିଖରେ ବାରିପଦା ଆସିଥିଲେ। ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ଏହି ଗସ୍ତ ବେଳେ ସେ ବଲାଙ୍ଗିରରେ ଏକ ସମାବେଶରେ ଯୋଗ ଦେବେ।



from Odisha Reporter http://bit.ly/2TDXr7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages